ଘଟିବାକୁ ଯାଉଛି ମହା ପ୍ରଳୟ! ଦେଖନ୍ତୁ (Video) ଏ କି ପ୍ରକାର ସଙ୍କେତ ଦେଲେ ମହାପ୍ରଭୁ… ଚିଲ ନେଇ ପଳାଇଲା ପତିତପାବନ ବାନା

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସାଢେ ୪ କୋଟି ଓଡ଼ିଶା ବାସୀଙ୍କୁ ଭୟଭୀତ କରିଦେଇଛି ।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଶ୍ରୀ ମନ୍ଦିର ପତିତପାବନ ବାନାକୁ ନେଇ ଚିଲ ଉଡିଯାଉଥିବାର ଦେଖିବାକୁ ମିଳିଛି । ମନ୍ଦିର ଶୀଖର ଚାରିପଡ଼େ ଚିଲଟି ବାନା ଧରି ଉଡ଼ୁଥିବାର ଦେଖିବାକୁ ମିଳିଛି ।

ଚିଲକୁ ଅଶୁଭ ପକ୍ଷୀ ଭାବେ ଲୋକ ମାନୁଥିବା ବେଳେ ପତିତପାବନ ବାନା ଚିଲ ନେଇଯିବା ଦୃଶ୍ୟ ଦେଖିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । କାଲି ଓଡ଼ିଆ ନବବର୍ଷ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ଏ ପ୍ରକାର ଘଟଣା ଲୋକଙ୍କ ମନରେ ଶଙ୍କା ଉପୁଜିଛି ।

କିଛି ଲୋକ ଏହାକୁ ଅଶୁଭ ସଙ୍କେତ କହୁଥିବାବେଳେ ଆଉ କିଛି କହିଛନ୍ତି, ମହାପ୍ରଭୁ ବିଶ୍ୱରେ ହେବାକୁ ଥିବା ପ୍ରଳୟର ଆଭାସ ଦେଇଛନ୍ତି ।

ପତିତପାବନ ବାନାକୁ ନେଇ ଚିଲ ଉଡ଼ୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିସହ ଏହାକୁ ନେଇ ଲୋକଙ୍କ ମନରେ ବଡ଼ ଡର ସୃଷ୍ଟି ହୋଇଛି ।