fbpx

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ : ନିୟମିତ ଖାଇଲେ ମିଳିବ ଅନେକ ଫାଇଦା

Advertisement

ଭୁବନେଶ୍ୱର : ଆମେ ସାଧାରଣତଃ ନାଲି ଏବଂ ସବୁଜ ଟମାଟୋ ବ୍ୟବହାର କରୁ । କିନ୍ତୁ କେବେ କଳା ରଙ୍ଗର ଟମାଟୋ ବ୍ୟବହାର କରିଛନ୍ତି ? ହଁ, କଳା ରଙ୍ଗର ଟମାଟୋ ମଧ୍ୟ ଅଛି । ରୋଷେଇରେ ସ୍ୱାଦ ବଢ଼ାଇବା ହେଉ ଅବା ମୁହଁରେ ସୌନ୍ଦର୍ଯ୍ୟତାର ଚମକ ଆଣିବାରେ ହେଉ ଆମେ ଲାଲ ଟମାଟୋକୁ ବ୍ୟବହାର କରିଥାଉ । କିନ୍ତୁ କଳା ଟମାଟୋ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଏହି ଟମାଟୋକୁ ଇଂରାଗୀରେ ଇଣ୍ଡିଗୋ ରୋଜ ଟମାଟୋ କୁହାଯାଏ । ଏହାର ସ୍ୱତନ୍ତ୍ରତା ହେଉଛି ଏହା ଜେନେଟିକ ମ୍ୟୁଟେସନ ଦ୍ୱାରା ତିଆରି ହେଉଛି ।

କଳା ଟମାଟୋ ଅନ୍ୟ ରଙ୍ଗର ଟମାଟୋ ଭଳି ସମାନ ଭାବରେ ଚାଷ କରାଯାଏ । କିନ୍ତୁ ଏହାର ରଙ୍ଗ ବଦିଳିବା ପ୍ରକ୍ରିୟା ଏହାକୁ ଅନ୍ୟ ଟମାଟୋ ଠାରୁ ସ୍ୱତନ୍ତ୍ର କରିଥାଏ । ଏହି ବିଲାତି ପ୍ରଥମେ ସବୁଜ ରଙ୍ଗର ହୁଏ ପରେ ଧିରେ ଧିରେ ଲାଲ, ଏହାପରେ ନୀଳ ରଙ୍ଗ ହୋଇ, ଶେଷରେ କଳା ରଙ୍ଗ ହୋଇଥାଏ । କିନ୍ତୁ ଏଥିରୁ ମିଳୁଥିବା ପୋଷକ ତତ୍ୱ ନାଲି ବିଲାତି ତୁଳନାରେ ବହୁତ ଅଧିକ ହୋଇଥାଏ ।

. କଳା ଟମାଟୋରେ ପ୍ରୋଟିନ, ଭିଟାମିନ-ଏ, ସି, ମିନେରାଲ୍ସ ଏବଂ ଅନେକ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଏହା ଆମ ଶରୀରର ରକ୍ତ ଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

. କଳା ଟମାଟୋରେ “ଏ’ ଓ “ସି’ ଭରପୁର ମାତ୍ରାରେ ଥାଏ । ଏହାକୁ ଖାଇଲେ ଆଖିର ସମସ୍ୟା ଦୂରେଇ ଯାଏ । ଏହା ସହ ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାଏ ।

. ଏଥିରେ କୋଲଷ୍ଟ୍ରୋଲର ମାତ୍ରା ବହୁତ ଅଧିକ ଥାଏ । ଯାହାକି ଆମ ଶରୀରର ଓଜନ କମାଇବାରେ ସାହାଯ୍ୟ କରେ । ଯଦି ମୋଟାପଣର ଶୀକାର ହୋଇଛନ୍ତି ତାହେଲେ ଆପଣ ଖାଦ୍ୟାଭ୍ୟାସରେ କଳା ଟମାଟୋ ସାମିଲ କରନ୍ତୁ ।

. ଯଦି ଆପଣ ଡାଇବେଟିସ ରୋଗରେ ପୀଡ଼ିତ ତାହାଲେ କଳା ଟମାଟୋ ଆପଙ୍କ ପାଇଂ ରାମବାନ ସଦୃଶ୍ୟ କାମ କରିଥାଏ । ଏହା ଶରୀରର ଶର୍କରାର ମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

. ଏହାକୁ ଖାଇବା ଦ୍ୱାରା ହୃଦଘାତ ହେବାର ସମସ୍ୟା ବହୁତ କମ ହୋଇଥାଏ । ଏଥିରେ ଏନ୍ଥୋସାଇନନ୍ ନାମକ ଉପାଦାନ ଥାଏ, ଯାହାକି ହୃଦଘାତ ଠାରୁ ଆପଣଙ୍କୁ ଦୂରେଇ ରଖିବ । ନିୟମିତ କଳା ଟମାଟୋ ଖାଇଲେ ହୃଦ ରୋଗ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.