ସରିଲା ବ୍ଲାକ୍ ଆଉଟ୍, ଏବେବି ରେଡ୍ ଆଲର୍ଟରେ ଅମୃତସର, ଘରୁ ନ ବାହାରିବାକୁ ନିବେଦନ

ସ୍ୱାଭାବିକ୍ ହେଲା ବିଜୁଳି ସେବା।

ପଞ୍ଜାବ: ସ୍ଥିତି ହେଲା ସ୍ୱାଭାବିକ୍। ସରିଲା ବ୍ଲାକ୍ ଆଉଟ୍। ଫେରିଲା ବିଜୁଳି। ଏବେ ଆଉ ଅନ୍ଧାର ନୁହେଁ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ୍। ହଁ ପଞ୍ଜାବ ଅମୃତସରରେ ସରିଲା ବ୍ଲାକ୍ ଆଉଟ୍। ଅମୃତସରରେ ସକାଳ ୫ଟା ୨୪ରେ ସରିଲା ବ୍ଲାକ୍ ଆଉଟ୍।

ଅମୃତସରରେ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ୍। ହେଲେ ଏବେ ବି ରେଡ୍ ଆଲର୍ଟରେ ରହିଛି ଅମୃତସର। ତେଣୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ। କାରଣ କେତେବେଳେ ବି ସ୍ଥିତି ଯେକୈଣସି ମୋଡ଼ ନେଇପାରେ।

କାରଣ ଗତକାଲି ପାକିସ୍ତାନ ଓ ଭାରତ ମଧ୍ୟରେ ଅସ୍ତ୍ରବିରତି ନେଇ କଥାବାର୍ତ୍ତା ହେବା ପରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା ପାକିସ୍ତାନ। ଫଳରେ ଅମୃତସର, ପଠାନକୋଟ୍ ଓ ପଞ୍ଜାବ ଭଳି କିଛି ସ୍ଥାନରେ ବ୍ଲାକ୍ ଆଉଟ୍ କରାଯାଇଥିଲା।

ହେଲେ ଗତକାଲି ରାତି ପରଠାରୁ ଆଉ ସୀମାରେ ଡ୍ରୋନ ଆକ୍ରମଣ କିମ୍ୱା ଗୁଳିମାଡ଼ ହୋଇନଥିବାରୁ। ସ୍ଥିତି ଶାନ୍ତ ପଡିଥିବାରୁ ବ୍ଲାକ୍ ଆଉଟ୍ ହଟାଯାଇଛି। ହେଲେ ଏବେବି ଘରୁ ବାହାରକୁ ନ ବାହାରିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି।

ଘର କବାଟ ଓ ଝରକା ନ ଖୋଲିବାକୁ ନିବେଦନ କରାଯାଇଛି। ପଠାନକୋଟରେ ବି ସରିଛି ବ୍ଲାକ୍ ଆଉଟ୍। ସକାଳ ୬ଟା ୩୦ରେ ସରିଲା ବ୍ଲାକ୍ ଆଉଟ୍। ରାତିରେ ଡ୍ରୋନ ଆକ୍ରମଣ କି ଗୁଳିମାଡ଼ ହୋଇନି।