ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ ପରେ ବିଭିନ୍ନ ସ୍ଥାନରେ ବ୍ଲାକ୍ ଆଉଟ୍, ପଞ୍ଜାବ-ରାଜସ୍ଥାନ ଅନ୍ଧାର
ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନକୁ କରାଗଲା ବ୍ଲାକ୍ ଆଉଟ୍।
ପଞ୍ଜାବ: ଅସ୍ତ୍ରବିରତି ଉଲ୍ଲଘଂନ ପରେ ରାଜସ୍ଥାନ ଓ ପଞ୍ଜାବର ବିଭିନ୍ନ ସହର ବ୍ଲାକ୍ ଆଉଟ୍। ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ମଧ୍ୟ ପୁଣି ଭାରତ ଉପରେ ଆକ୍ରମଣ କଲା ପାକିସ୍ତାନ। ଫଳରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କରାଗଲା ବ୍ଲାକ୍ ଆଉଟ୍।
ବିଭିନ୍ନ ସ୍ଥାନରେ ପାକିସ୍ତାନ ପଟୁ ପୁଣି ଡ୍ରୋନ ଆକ୍ରମଣ। ପୋଖରାନରେ ପାକିସ୍ତାନି ଡ୍ରୋନ୍ ନଷ୍ଟ। ସାମ୍ୱା, ଉଧମପୁର, ରାଜୌରୀରେ ଡ୍ରୋନ ଆକ୍ରମଣ। ଫଳରେ ରାଜସ୍ଥାନର ବାଡମେରରେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍। ଉରି, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍।
ପଠାନକୋଟ୍, ଗୁରୁଦାସପୁରରେ ବ୍ଲାକ୍ ଆଉଟ୍। ଶ୍ରୀନଗର, ବାରାମୂଲରେ ବ୍ଲାକ୍ ଆଉଟ୍। ଏହାସହ ପଞ୍ଜାବର ୩ ସହରରେ ବ୍ଲାକ୍ ଆଉଟ୍। ବିଭିନ୍ନ ସ୍ଥାନରୁ ଶୁଭୁଛି ବିସ୍ଫୋରଣର ଶବ୍ଦ। ଅସ୍ତ୍ରବିରତି ପରେ ଡ୍ରୋନରେ ଆକ୍ରମଣ। ସୂଚନା ଦେଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ।