fbpx

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ, ୮ ଶ୍ରମିକ ଗୁରୁତର

Advertisement

ଭୁବନେଶ୍ୱର: ବର୍ତ୍ତମାନର ଏକ ବଡ଼ ଖବର ସାମ୍ନାକୁ ଆସୁଛି । ରାଉରକେଲା ଷ୍ଟିଲ ପ୍ଳାଣ୍ଟର ୫ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ଅଘଟଣ । ଏଥିରେ ୮ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ବ୍ଲାଷ୍ଟ୍ ଫର୍ଣ୍ଣେନ୍ସରେ ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ଗ୍ୟାସ୍ ଲିକ୍ ଯୋଗୁଁ ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି । ଆହତମାନେ ହେଲେ ରାଉରକେଲା ଷ୍ଟିଲ ପ୍ଳାଣ୍ଟର ବରିଷ୍ଠ ମ୍ୟାନେଜର ଜୟରାମ ବାରିକ, କର୍ମଚାରୀ ଦୁଃଖୀଶ୍ୟାମ ଦାସ ଓ ପ୍ରଦୀପ କୁମାର ସାହୁ ଏବଂ ଠିକା ଶ୍ରମିକ ରାଜୁ ମଇତି, ଶାନ୍ତନୁ ନାୟକ, ପ୍ରଦୀପ କୁଜୁର, ସୂରଜ ଛତ୍ରୀ ଓ ଠିକାଦାର ଲକ୍ଷ୍ମୀ ସିଂହ ବୋଲି ଜଣାପଡ଼ିଛି । ଏହି ମାମଲାରେ ତର୍ଜମା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଶ୍ରମମନ୍ତ୍ରୀ ।

Get real time updates directly on you device, subscribe now.