ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ୨୨ ପଞ୍ଚାୟତର ସରପଞ୍ଚ-ସମିତିସଭ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ କୁମାର, ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ କୁମାର ଓ ଶ୍ରୀ ବଳବନ୍ତରାୟ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସରପଞ୍ଚ ରୁକ୍ମୁଣୀ ବାନୁଆ, ନିରୂପମା ସେଠୀ, ଯମୁନା ନାୟକ, ଜୟରାମ ନାଗ, ଇଶାରାମ କୋଳଥିଆ, ଖୀତିରାମ ପାତ୍ର, ମାମି ବାଗ, ମାଧବୀ ଧାରୁଆ ଅକ୍ଷୟ ନାୟକ, କୁରୁକ୍ଷେତ୍ର ବେହେରା, ବାସନ୍ତୀ ନାୟକ, କୁଞ୍ଜଲତା ନାୟକ, ପୁଷ୍ପାଞ୍ଜଳି ନାୟକ, ଗଜାନନ ପୂଝାରୀ, ଇଶାରାମ ସୁନାନି, ପଦ୍ମିନୀ ପାତ୍ର, ପଦ୍ମିନୀ ପୂଝାରୀ, ଯୋଗିନ୍ଦ୍ର ପଟ୍ଟନାୟକ, ନକୁଳ ନାୟକ, ଦେବୀସିଂହ ତାଣ୍ଡି, ହରିପ୍ରିୟା ନାଗ, ସମିତିସଭ୍ୟ ନର୍ତ୍ତକୀ ଦଣ୍ଡସେନା, ଗୁପ୍ତେଶ୍ୱର ବାଗ, ଉମା ନାୟକ, ରାଜୀବ ଖମାରି, ଘନଶ୍ୟାମ ନାୟକ, ଅନୁସୂୟା ମାଝୀ, ନିତ୍ୟା ପଣ୍ଡା, ନମିତା ଚଣ୍ଡୀ, ଦେବେନ୍ଦ୍ର ଧାରୁଆ, ଅଞ୍ଜନା ଦୁର୍ଗା, ଶିବାନୀ ଗଇନ୍ତ, ଉଆଁସୀ ପାନ, ହେମକାନ୍ତ ପୂଝାରୀ, ଗଜାନନ ନିଆଳ, ରାଜୀବ କୁମାର ଅଗ୍ରୱାଲ, ପ୍ରେମଲାଲ ଭୋଇ, ମୁକ୍ତେଶ୍ୱର ନାୟକ, ଶାମୁକା ନାୟକ, ଚିନ୍ତାମଣି ଚଣ୍ଡୀ, ରୀତା ଅଗ୍ରୱାଲ, ବୈଦେହି ବେଶ୍ରା, ପାର୍ବତୀ ବାଗ, ପୂର୍ବତନ ସମିତି ସଭ୍ୟ ମମତାରାଣୀ ଗୋପାଳ, ଭୁକଚାନ୍ଦ ବାଗ, କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ପୂର୍ଣ୍ଣିମା ନାୟକ, ଧର୍ମଗଡ଼ ଜୋନ-୧ କଂଗ୍ରେସ ସଭାପତି ଅଜୟ ପୂଝାରୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଡାକେ ଲାହଜାଲ, ଯୁବ କଂଗ୍ରେସ ଉପସଭାପତି ଜଗନ୍ନାଥ ସତନାମୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ସତନାମୀ, ଅବସରପ୍ରାପ୍ତ ସବଆସିଷ୍ଟାଣ୍ଟ ଜେଲର ପ୍ରମୋଦ ଚନ୍ଦ୍ର ହନ୍ସ, ସମାଜସେବୀ ଧର୍ମାନନ୍ଦ ଗୋପାଳ, କୃପାସିନ୍ଧୁ ଚଣ୍ଡୀ, ସୁଶିଳ ଜୈନ, ପୂର୍ବତନ ସରପଞ୍ଚ ଚର୍ତୁଭୁଜ ପଣ୍ଡା, ସରପଞ୍ଚ ସୂର୍ଯ୍ୟକାନ୍ତି ପଣ୍ଡା, କୋବିତା ଜୈନ, ପଙ୍କଜ ଚୌଧୁରୀ, ରବୀନ୍ଦ୍ର ନାରାୟଣ ଦାସ, ଜିତେନ୍ଦ୍ର ମାଝୀ, କାହ୍ନେ ଚରଣ ଦାସ, ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।