fbpx
BJD SKY
BJD SKY

ରମଜାନରେ ସବୁଠାରୁ ଭଲ ଖଜୁରୀ କିପରି ଚିହ୍ନିବେ, ଏହି ଟ୍ରିକରେ ଜାଣନ୍ତୁ ଅସଲି କିଏ ନକଲି କିଏ

BJD

ନୂଆଦିଲ୍ଲୀ: ରମଜାନର ମାସ ଆରମ୍ଭ ହୋଇସାରିଛି । ଏହି ମାମରେ ଲୋକେ ଦିନରେ ରୋଜା ରଖି ସଂଧ୍ୟା ସମୟରେ ଖଜୁରୀ ଖାଇ ରୋଜା ସମାପନ କରିଥାଆନ୍ତି । ଖଜୁରୀ କେବଳ ପରମ୍ପରା ପାଇଁ ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏଥିରେ ଅନେକ ପରିମାଣର ଶକ୍ତି ରହିଥାଏ । ଯାହା ଦିନ ସାରା ଉପବାସ ପରେ ତୁରନ୍ତ ଶକ୍ତି ଯୋଗାଇଥାଏ । ଖଜୁରୀ ଖାଇବାରେ ଶରୀରକୁ ଅଧିକ ପୋଷଣ ମିଳିଥାଏ ଏବଂ ପାଚନ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ । ସେଥିପାଇଁ ରମଜାନରେ ଖଜୁରୀ ଖାଇବା ସବୁଠାରୁ ଉତ୍ତମ ହୋଇଥାଏ । ତେବେ ବଜାରରେ ଅନେକ ପ୍ରକାର ଖଜୁରୀ ଉପଲବ୍ଧ ସେଥି ମଧ୍ୟରୁ କେଉଁଟି ଅସଲି ଏବଂ କେଉଁଟି ନକଲି ଆସନ୍ତୁ ଜାଣିବା ।

ଅସଲି ଖଜୁରୀ ଚିହ୍ନିବା ପାଇଁ, ଖଜୁରୀର ରଙ୍ଗ ଏବଂ ସ୍ଥିରତାକୁ ଧ୍ୟାନ ଦେବା ଉଚିତ । ସବୁଠାରୁ ଭଲ ଖଜୁରୀ ସାଧାରଣତଃ ନରମ ଏବଂ ଚିକ୍କଣ ହୋଇଥାଏ । ଏହାର ରଙ୍ଗ ସମାନ ଥିବା ବେଳେ ଏହା ଅତ୍ୟଧିକ ଶୁଷ୍କ କିମ୍ବା ଅଧିକ ଷ୍ଟିକ ହୋଇନଥାଏ । ଭଲ ଗୁଣବତ୍ତା ଖଜୁରୀରେ ପ୍ରାକୃତିକ ମଧୁରତା ରହିଥାଏ ଏବଂ ସେମାନଙ୍କର ସୁଗନ୍ଧ ସତେଜତାକୁ ପ୍ରତିଫଳିତ କରିଥାଏ ।

ବଜାରରେ ଖଜୁରୀର ଆକର୍ଷଣ ବଢାଇବା ଲାଗି ଚିନି ବା ଗ୍ଲୁକୋଜ ସିରପର ପରସ୍ତ ଦେଇଥାଆନ୍ତି । ଅସଲି ଖଜୁରୀ ଚିହ୍ନଟ ପାଇଁ ତାକୁ ହାଲୁକା ଭାବେ ଦାବନ୍ତୁ । ଯଦି ଖଜୁରୀ ବହୁତ ଶକ୍ତ ଏବଂ ଅଧିକ ଷ୍ଟିକ ରହୁଛି ତେବେ ଏଥିରେ ଅଧିକ ମିଠା ପାଇଁ କିଛି ମିଶାଯାଇଛି ।

ଏହାର ରଙ୍ଗ ସାମାନ୍ୟ ବ୍ରାଉନ ହୋଇଥିବା ଆବଶ୍ୟକ । ଏହା କଳା ରଙ୍ଗର ହୋଇନଥିବା ଆବଶ୍ୟକ । ଏହାର ପ୍ୟାକେଜିଂ ସ୍ପଷ୍ଟ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.