ଭୁବନେଶ୍ୱର: ଏଣିକି ପ୍ରତିମାସ ଦ୍ୱିତୀୟ ସପ୍ତାହରେ ହେବ ରକ୍ତଦାନ ଶିବିର । ରାଜ୍ୟର ସମସ୍ତ ୫୭ ସରକାରୀ ରକ୍ତ ଭଣ୍ଡାରରେ ହେବ ରକ୍ତଦାନ ଶିବିର ।
ସୂଚନା ଦେଲେ ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡା. ପ୍ରଦୀପ ପାତ୍ର । ଖରା ଦିନରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି । ଏନଜିଓଙ୍କ ସହଯୋଗରେ ରକ୍ତ ସଂଗ୍ରହ ନେଇଥ ଟାର୍ଗେଟ ସ୍ଥିର ହେବ ।
ରେଡକ୍ରସ୍, ସ୍ୱେଚ୍ଛାସେବୀ ସଙ୍ଗଠନ, ଇଞ୍ଜିନିୟରିଂ କଲେଜ ବି କରିବେ ରକ୍ତଦାନ ଶିବିର । ରକ୍ତ ସଂଗ୍ରହ ଉପରେ ମନିଟରିଂ କରିବ ରକ୍ତ ନିରାପତ୍ତା ନିର୍ଦ୍ଦେଶାଳୟ ।