ବାଲେଶ୍ୱର: ମନହର ଲାଲ୍ ପାଲା କେବଳ ନାରୀମାନଙ୍କର ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ନାହିଁ ବରଂ ସଭିଁଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ ବୋଲି ଆୟୋଜିତ ରକ୍ତ ଦାନ ଶିବିରରେ ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ।
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମନହର ଲାଲ୍ ପାଲାର ଯୁଗ୍ମ ମୁଖ୍ୟ ପରିଚାଳକ କମଳେଶ ପାଲା ଓ ରାକେଶ ପାଲା ଗତ କାଲି ମୁଖ୍ୟ ଚିକିତ୍ସାଳୟରେ ରେଡ କ୍ରସ ସହ ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଏକ ରକ୍ତ ଦାନ ଶିବିର ଆୟୋଜିତ କରିଥିଲେ।
ଏହି ଶିବିରକୁ ହରି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସ ଉଦ୍ଘାଟନ କରିଥିବା ବେଳେ ବାଲେଶ୍ୱର ରୋଟରୀ କ୍ଲବର ଅନ ସି ସଭାପତି ମୁକ୍ତାର ଅହମଦ, ବାଲେଶ୍ୱର ଲାୟନ୍ସ କ୍ଲବର ଜେଡ଼ ସି ଆନନ୍ଦ ମହାଞ୍ଜା,ଗୁଜୁରାଟି ସମାଜରୁ ସତୀଶ ଜଟାନିଆ,ମିତେଶ ମେହେତା ଏବଂ ରାଜୀବ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନେ ରକ୍ତ ଅଭାବ ଦ୍ୱାରା ନାହିଁ ନଥିବା ଅସୁବିଧା ସମ୍ବନ୍ଧରେ ରକ୍ତଦାତାମାନଙ୍କୁ ସୂଚାଇ ଥିଲେ। ରକ୍ତ ଦାନ କରିବା ଦ୍ୱାରା ନିଜେ ଆରୋଗ୍ୟ ରହିବା ସହ ଅନ୍ୟର ଜୀବନକୁ ବଞ୍ଚାଇବାରେ ଆମେ ସହାୟ ହୋଇ ପାରିବା ବୋଲି ଆଲୋକପାତ କରିଥିଲେ।
ଏଥି ସହିତ ନିଜେ ମଧ୍ୟ ରକ୍ତଦାତା ହେବାର ସୌଭାଗ୍ୟକୁ ହାତ ଛଡା କରିବା ଉଚିତ ନୁହଁ ବୋଲି କହି ନିଜେ ମଧ୍ୟ ଅତିଥିମାନେ ରକ୍ତ ଦାନ କରିଥିଲେ। ଏହା ପ୍ରତି ବର୍ଷ କିପରି ସୁଚାରୁ ରୂପେ ଆୟୋଜନ ହୋଇପାରିବ ଏବଂ ଅଧିକରୁ ଅଧିକ ରକ୍ତ ଦାତା ଏଥିରେ ସାମିଲ ହୋଇ ପାରିବେ,ସଂସ୍ଥାର ମୁଖ୍ୟ ଆଶା ପ୍ରକାଶ କରିଥିଲେ।
ପ୍ରଥମ ବର୍ଷ ଆୟୋଜନ କରି ମୋଟ ୫୦ ଇଉନିଟ ରକ୍ତ ସଂଗ୍ରହ କରିପାରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମ କର୍ତ୍ତା ଏବଂ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ହେମନ୍ତ ମଣ୍ଡଳ,ଦୀପ୍ତି ଶର୍ମା ଏବଂ ଅବିନାଶ ସ ଙ୍କ ପ୍ରତେକ୍ଷ ପରିଚାଳନାରେ ଅରବିନ୍ଦ ସେନାପତି,ରବୀନ୍ଦ୍ର ଭୂୟାଁ,ପୁଷ୍ପିତା ପରିଡା ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।