fbpx

ବାହାନଗା ଟ୍ରେନ ଟ୍ରାଜେଡି- ରକ୍ତଦାନରୁ ଉଦ୍ଧାର କାର୍ଯ୍ୟ, ସ୍ଥାନୀୟ ଲୋକଙ୍କ ଅବଦାନ ପାଇଁ ଧନ୍ୟବାଦ: ପ୍ରଧାନମନ୍ତ୍ରୀ

Advertisement

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଦୋଷୀକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି କାଣ୍ଡ ପାଇଁ ଯିଏ ବି ଦୋଷୀ ଥିବ, ତାକୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏହା ବ୍ୟତୀତ ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କ ପରିବାରକୁ ଭେଟି ସେ କୋହଭରା କଣ୍ଠରେ ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ତେବେ ଏମିତି ଏକ ଭୟଙ୍କର ଦୁର୍ଘଟଣା ସମୟରେ ଦେବଦୂତ ସାଜି ଯାତ୍ରୀମାନଙ୍କୁ ସାହାଯ୍ୟ କରିଛନ୍ତି ବାହାନଗା ତଥା ସ୍ଥାନୀୟ ଲୋକେ । ତେଣୁ ସେମାନଙ୍କ ଏହି କାର୍ଯ୍ୟକୁ ନମନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଯାତ୍ରୀମାନଙ୍କୁ ନୂଆ ଜୀବନ ଦେବା ପାଇଁ ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଅଭିନବ ପ୍ରୟାସକୁ ସେ କୃତଜ୍ଞତା ଜଣାଇଛନ୍ତି । ଲୋକମାନେ ଏହି ବଡ ବିପଦ ସମୟରେ ଯେଭଳି ସେବା ଯୋଗାଇଛନ୍ତି, ତାହା ପ୍ରକୃତରେ ନମସ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରକ୍ତଦାନ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଅବଦାନ ପ୍ରଶଂସନୀୟ । ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଯୋଗୁଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିଛି ବୋଲି କହିଛନ୍ତି ମୋଦୀ ।

Get real time updates directly on you device, subscribe now.