ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ଅଣଛାତ୍ର । ବହୁ ବର୍ଷ ଧରି ବିଶ୍ୱ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜ୍ ଚାଲିଥିଲା । ୟୁନିଭର୍ସିଟିରେ ଅନେକ ବିଶୃଙ୍ଖଳା ମଧ୍ୟ କରୁଥିଲେ ଅଣଛାତ୍ର । ଯାହାକୁ ନେଇ ବଡ଼ ଅପରେଶନ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
୪ଟି ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ଖବର ମୁତାବକ ୧,୨,୩ ଏବଂ ୫ ନମ୍ବର ହଷ୍ଟେଲରେ ରହୁଛନ୍ତି ଅଣଛାତ୍ର । ହଷ୍ଟେଲ ତାଲା ଭାଙ୍ଗି ପୋଲିସ ଓ ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ତରଫରୁ ଆରମ୍ଭ ହୋଇଛି ଯାଞ୍ଚ ।
ଅଣଛାତ୍ରଙ୍କ ଦ୍ୱାରା ହଷ୍ଟେଲରେ ବିଶୃଙ୍ଖଳା ହେଉଥିବା ପୂର୍ବରୁ ଅଭିଯୋଗ ଆସିଛି । ଏମାନଙ୍କୁ ହଷ୍ଟେଲରୁ ବିଦା କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଅପରେଶନ୍ ‘ବ୍ଲ୍ୟୁ ଷ୍ଟାର’ ଆରମ୍ଭ ହୋଇଛି ।
ଆଗାମୀ ଦିନରେ କଲେଜ ଇଲେକ୍ସନ ହେବାକୁ ଥିବାବେଳେ ଅଣଛାତ୍ରମାନେ କ୍ୟାମ୍ପସରେ ଅପ୍ରିତିକର ଘଟଣା ଘଟେଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।