fbpx

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସିର ଗାଇଡଲାଇନ ଜାରି; ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଥିବା ବେଳେ ବିଏମସି ପକ୍ଷରୁ ଶୁକ୍ରବାର ନୂତନ ଗାଇଡଲାଇନ ଜାରି କରାଯାଇଛି । କୋଭିଡକୁ ଦୃଷ୍ଟିରେ ରଖି ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଦୁଇଟି ଡୋଜର ଟିକା ନେଇଥିଲେ ହିଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ପ୍ରଦାନ କରାଯିବ । ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ । ଗର୍ଭଗୃହ ଦର୍ଶନ ବନ୍ଦ ରଖାଯିବ ଏବଂ ଏକା ଥରକେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ପ୍ରଦାନ କରାଯିବ ।
ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରଖାଯାଇଛି । ଏହା ବ୍ରତିତ ରୋଗାକ୍ରାନ୍ତ, ବୟସ୍କ ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ବୋଲି ବିଏମସି ପକ୍ଷରୁୁ କୁହାଯାଇଛି ।

Get real time updates directly on you device, subscribe now.