fbpx

ଆସିଲା ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହରକୁ ନେଇ ଛାନିଆ ପଶିଛି । ଏହାରି ମଦ୍ୟରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ମୁତାବକ, ଡବଲ ଡୋଜ୍ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ । କାଲିଠାରୁ ବିଏମସି ଅଧୀନ ସବୁ ଧର୍ମାନୁଷ୍ଠାନ ଖୋଲିଛି ।

ତେବେ ରାଜ୍ୟରେ ପୂର୍ବ ଅପେକ୍ଷା ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ଆଜି ପୁଣି ୬୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୬୬ ଓ ସ୍ଥାନୀୟ ଅଞ୍ଚଳରୁ ୨୫୯ ଜଣ ଚିହ୍ନଟ ହେବା ସହ ୮୦ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୪୯୩ କୁ ବୃଦ୍ଧି ପାଇଛି । ତୃତୀୟ ଲହରକୁ ଦୃଷ୍ଟିରେ ରଖି ସଜାଗ ରହିଛି ପ୍ରଶାସନ ।

Get real time updates directly on you device, subscribe now.