fbpx

ଭାରତରେ ଲଞ୍ଚ୍ କରିବାକୁ ଯାଉଛି BMEର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର; ୧୩୦ କିଲୋମିଟର ରେଞ୍ଜ ଦେବାକୁ ଦାବି

ମୁମ୍ୱାଇ: ଭାରତୀୟ ବଜାରରେ ନିଜର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି ବିଏମ୍ଡବ୍ଲ୍ୟୁର ଇଲେକ୍ଟ୍ରିକ୍ ସ୍କୁଟର। ଏହି ସ୍କୁଟର ଟି ବହୁତ ଭଲ ଲୁକ ସହ ବଜାରକୁ ଆସିବାକୁ ଯାଉଛି। ଏହି ସ୍କୁଟରକୁ ଆସନ୍ତା ମାସ ୨୪ ଜୁଲାଇରେ ଲଞ୍ଚ କରାଯିବ। ଏହି ଇଲେକ୍ଟ୍ରିକ୍ ଯାନ ମହାନ ଫିଚର୍ସ ଏବଂ ପାୱାର ସହିତ ଭାରତୀୟ ବଜାରରେ ପାଦ ରଖିବାକୁ ଯାଉଛି। ଏହି ବିଏମଡବ୍ଲୁ ଇଲେକ୍ଟ୍ରିକ୍ ସ୍କୁଟରରେ ୮.୯ କିଲୋୱାଟ୍ ବ୍ୟାଟେରୀ ପ୍ୟାକ୍ ରହିଛି। ଏହି ବ୍ୟାଟେରୀ ପ୍ୟାକ୍ ଜରିଆରେ ଏହି ସ୍କୁଟର ଥରେ ଚାର୍ଜ କରି ୧୩୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ ବୋଲି କମ୍ପାନି ଦାବି କରିଛି।

ଏହି ସ୍କୁଟର୩୧ କିଲୋୱାଟ୍ ର ଟର୍କ ସୃଷ୍ଟି କରିଥାଏ, ଯାହା ମାତ୍ର ୨.୬ ସେକେଣ୍ଡରେ ୦ରୁ ୫୦ କିଲୋମିଟର ବେଗରେ ଗତି କରିପାରିବ । ସେହିପରି ଏହି ସ୍କୁଟରର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିଛି। ବିଏମ୍ଡବ୍ଲ୍ୟୁ ଦାବି କରିଛି ଯେ ଏହି ଇଭିକୁ ନିୟମିତ ଚାର୍ଜର ସହିତ ଚାର୍ଜ କରିବାକୁ ୪ ଘଣ୍ଟା ୨୦ ମିନିଟ୍ ସମୟ ଲାଗିଥାଏ। ଏଥିସହିତ ଏହି ସ୍କୁଟରରେ ଫାଷ୍ଟ ଚାର୍ଜିଂର ଫିଚର ମଧ୍ୟ ରହିଛି । ଯଦି ଏହି ସ୍କୁଟରକୁ ଫାଷ୍ଟ ଚାର୍ଜର ରେ ଚାର୍ଜ କରାଯାଏ ତେବେ ଏହି ସମୟ ୧ ଘଣ୍ଟା ୪୦ ମିନିଟକୁ ହ୍ରାସ ପାଇଥାଏ। ଏହି ସ୍କୁଟରରେ ରହିଛି ୧୫ ଇଞ୍ଚର ଚକ।

ବିଏମ୍ଡବ୍ଲ୍ୟୁ ଇଲେକ୍ଟ୍ରିକ୍ ସ୍କୁଟରରେ ୭୮୦ ମିଲିମିଟର ଲମ୍ବା ସିଟ୍ ରହିଛି, ଯାହାକୁ ବିକଳ୍ପ ଆରାମ ସିଟ୍ ସହ ୮୦୦ ମିଲିମିଟର ପର୍ଯ୍ୟନ୍ତ ବଢ଼ାଯାଇପାରିବ। ମାନକ ଉପକରଣ ଥିବା ଏହି ଗାଡିର ଓଜନ ୧୭୯ କିଲୋଗ୍ରାମ ରହିଛି। ବିଏମଡବ୍ଲୁ ସିଇ ୦୪ ରେ ଅନେକ ବୈଶିଷ୍ଟ୍ୟ ରହିଛି। ଏହି ସ୍କୁଟରରେ ତିନୋଟି ରାଇଡ୍ ମୋଡ୍ ରହିଛି। ଏଥିସହିତ ଏହି ଇଲେକ୍ଟ୍ରିକ୍ ଯାନରେ ଟ୍ରାକ୍ସନ କଣ୍ଟ୍ରୋଲ ଓ ଏବିଏସ୍ ରହିଛି। ଏହାବ୍ୟତୀତ ନେଭିଗେସନ ପାଇଁ ବ୍ଲୁଟୁଥ୍ କନେକ୍ଟିଭିଟିର ଫିଚର ସହିତ ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଟିଏଫ୍ଟି ଡିସପ୍ଲେ ମଧ୍ୟ ଲଗାଯାଇଛି।

Get real time updates directly on you device, subscribe now.