Board Exam Tips: ପରୀକ୍ଷାରେ ସଫଳତା ପାଇଁ ଆପଣାନ୍ତୁ ଏହି ୭ଟି ଟିପ୍ସ

ବୋର୍ଡ ପରୀକ୍ଷାରେ ସଫଳତା ପାଇବା ପାଇଁ ଆପଣାନ୍ତୁ ଏହି ୭ଟି ଟିପ୍ସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସିବିଏସଇର ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଚାଲୁରହିଛି। ଏହି ପରୀକ୍ଷା ସମୟ ଆସିବା ମାତ୍ରେ, ସବୁ ଛାତ୍ରଛାତ୍ରୀ କିଭଳି ସଫଳତା ପାଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି।

ଏହି ସମୟରେ ଆପଣ ଯଦି ସଠିକ ଷ୍ଟ୍ରାଟେଜି ଏବଂ ସ୍ମାର୍ଟ ଷ୍ଟଡୀ କରିବେ ତେବେ ସଫଳତା ପାଇବାରେ କୌଣସି ଚିନ୍ତା ନାହିଁ।

ଭଲ ନମ୍ବର ପାଇବା ପାଇଁ କଷ୍ଟ କରିବା ସହ ସଠିକ୍ ଟେକ୍ନିକ୍ ଏବଂ ସେଲ୍ଫ-କନଫିଡେନ୍ସ ନିହାତି ରହିବା ଆବଶ୍ୟକ। ଆମେ ଆପଣଙ୍କୁ ୭ଟି ଟିପ୍ସ ଦେବୁ, ଯାହାକି ଆପଣଙ୍କୁ ପରୀକ୍ଷାରେ ସଫଳତା କରାଇବାରେ ସାହାଯ୍ୟ କରିବ।

ଭଲ ପ୍ରସ୍ତୁତି ପାଇଁ ଏକ ସଠିକ୍ ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକ ବିଷୟକୁ ସମୟ ଦିଅନ୍ତୁ ଏବଂ କଠିନ ବିଷୟରେ ଅଧିକ ଧ୍ୟାନ ଦିଅନ୍ତୁ। ପ୍ରତିଦିନ କିଛି ଘଣ୍ଟା ନିୟମିତ ଭାବେ ପଢନ୍ତୁ, ଏହା ଦ୍ୱାରା ପରୀକ୍ଷା ସମୟରେ ଆପଣଙ୍କୁ କୌଣସି ସମସ୍ୟା ହେବ ନାହିଁ।

କୌଣସି ବିଷୟକୁ ଭଲ ଢଙ୍ଗରେ ବୁଝିବା ଏବଂ ମନେରଖିବା ପାଇଁ ଛୋଟ ନୋଟ୍ସ ପ୍ରସ୍ତୁତ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ ଫର୍ମୁଲା, ପ୍ରମାଣୀ ଲେଖିବା ଦ୍ୱାରା ଶେଷ ସମୟରେ ଏହା ଆପଣଙ୍କୁ ରିଭିଜନ କରିବାରେ ସାହାଯ୍ୟ କରିବ।

ଗତ ବର୍ଷର ପ୍ରଶ୍ନକୁ ସମାଧାନ କରିବାରେ ପରୀକ୍ଷାର ପ୍ୟାଟଣ୍ଣ୍ରକୁ ବୁଝିବାରେ ସାହାଯ୍ୟ ହୋଇଥାଏ। ଏଥିରେ ଟାଇମ ମ୍ୟାନେଜମେଣ୍ଟ ହୋଇଥାଏ ଏବଂ ସେଲ୍ଫ-କନଫିଡେଣ୍ଟ ବଢିଥାଏ।

ଲଗାତାର ପଢିବା ଦ୍ୱାରା ଏହା ମୁଣ୍ଡ ଉପରେ ଚାପ ପକାଇଥାଏ। ଯେଉଁଥିରେ ଟାର୍ଗେଟ କରିବା କ୍ଷମତା କମିଯାଇଥାଏ। ପ୍ରତି ୪୦-୫୦ ମିନିଟ ପଢିବା ପରେ ୫ରୁ ୧୦ ମିନିଟର ବ୍ରେକ୍ ନିଅନ୍ତୁ। ଏଥିରେ ମୁଣ୍ଡ ଠିକ୍ ରହିଥାଏ ଏବଂ ଆପଣ ସଠିକ୍ ଭାବେ ପଢିପାରିବେ।

ରାତିସାରା ଅନିଦ୍ରା ହୋଇ ପଢିବା ଶରୀର ଏବଂ ମୁଣ୍ଡ ଉପରେ ନେଗେଟିଭ ଇମ୍ପ୍ୟାକ୍ଟ ପକାଇଥାଏ। ପ୍ରତିଦିନ ଅତିକମରେ ୭ରୁ ୮ ଘଣ୍ଟାର ନୀଦ୍ରାରେ ଶୁଅନ୍ତୁ ଏବଂ ନ୍ୟୁଟ୍ରିସନ ଫୁଡର ସେବନ କରନ୍ତୁ, ଯେଉଁଥିରେ ଆପଣଙ୍କର ମନେରଖିବା ଶକ୍ତି ଏବଂ ଏକାଗ୍ରତା ରହିଥାଏ।

କଷ୍ଟ ବିଷୟର ପ୍ରସ୍ତୁତି ପ୍ରତମେ କରନ୍ତୁ, ଯାହା ଦ୍ୱାରା ଆପଣଙ୍କୁ ଅଧିକ ସମୟ ମିଳିପାରିବ। ଯେକୌଣସି ଟପିକକୁ ଥରେ ପଢିସାରିବା ପରେ ଆଉଥରେ ପଢନ୍ତୁ। ଏହା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ମନେରଖିବା ଶକ୍ତି ଅଧିକ ରହିଥାଏ।

ପରୀକ୍ଷା ପୂର୍ବରୁ ଚିନ୍ତା ବ୍ୟତୀତ ଆପଣ ସେଲ୍ଫ-କନଫିଡେଣ୍ଟ ରଖନ୍ତୁ। ନିଜ ଉପରେ ଭରସା ରଖନ୍ତୁ ଏବଂ ପଜିଟିଭର ସହ ପରୀକ୍ଷା ଦିଅନ୍ତୁ। ଚିନ୍ତାଠାରୁ ଦୂରେଇ ରହିବା ପାଇଁ ବାୟାମ ବା ଧ୍ୟାନ କରିବା ଲାଭଦାୟକ ହୋଇପାରେ।