fbpx
BJD
BJD SKY
BJD SKY

ମହଙ୍ଗା ପଡ଼ିଲା ବଡି ବନାଇବା ନିଶା, ଜନ୍ମଦିନ ପାଲଟିଲା ମୃତ୍ୟୁର ଦିନ

BJD

ନୂଆଦିଲ୍ଳୀ: ଜିମରେ ଯାଇ ବଡି ବନାଇବା, ବାଇସେପ୍ସ-ଟ୍ରାଇସେପ୍ସ କରିବା ଆଜିକା ସମୟରେ ପ୍ରାୟ ସବୁ ଯୁବକଙ୍କ ସ୍ୱପ୍ନ । ଏଥିପାଇଁ ସେମାନେ ଜିମ୍ ରେ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି । କିନ୍ତୁ ଅନେକ ସମୟରେ ମସଲ୍ସକୁ ବଢ଼ାଇବା ପାଇଁ ଇଞ୍ଜେକ୍ସନ ନେଉଥିବାର ଦେଖାଯାଇଛି । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏମିତିକି ଏଥିରେ ଜୀବନ ହରାଇବାକୁ ପଡ଼ିଥାଏ । ଏଭଳି ଏକ ଘଟଣା ବ୍ରାଜିଲରୁ ସାମ୍ନାକୁ ଆସିଛି ।

ଯେଉଁଠାରେ ୫୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ତାଙ୍କ ଜନ୍ମଦିନରେ ହିଁ ମୃତ୍ୟୁ ହୋଇଛି । ବ୍ରାଜିଲର ଭାଲ୍ଦିର ସେଗାତୋ ବଡି ବନେଇବାପାଇଁ ବର୍ଷ ବର୍ଷ ଧରି ଇଞ୍ଜେକସନ ବ୍ୟବହାର କରୁଥିଲେ । ଇଞ୍ଜେକସନ ଦ୍ୱାରା ସେ ୨୩ ଇଞ୍ଚର ବାଇସେସ୍ପ କରିଥିଲେ । ସେ ଟିକ୍ ଟକ୍ ରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କ ବାଇସେସ୍ପକୁ ନେଇ ଲୋକେ ପ୍ରଶଂସା କରିବା ପରେ ସେ ଆହୁରି ଏହାକୁ ବଢ଼ାଇଥିଲେ ।

ତାଙ୍କୁ ଡାକ୍ତର ୬ ବର୍ଷ ପୂର୍ବରୁ ଚେତାବନୀ ଦେଇଥିଲେ ଯେ ତାଙ୍କୁ ଏଭଳି ଷ୍ଟେରଏଡ୍ କିମ୍ବା ଇଞ୍ଜେକସନ ନେବାକୁ ମନାକରିଥିଲେ । ତାଙ୍କର ସ୍ନାୟୁ ପ୍ରଣାଳୀ ନଷ୍ଟ ହୋଇଯାଇଥିଲା ।

ରିପୋର୍ଟ ଅନୂଯାୟୀ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଜନ୍ମଦିନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.