fbpx
BSKY
BJD MC SKY
BJD YOUTH SKY

CM Sir, Thank You: ପ୍ରତ୍ୟେକ ପରିବାରର ଜଣଙ୍କୁ ଚାକିରି ମିଳିବ, କିଏ ଖୁସି ନହେବ କହିଲେ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯିବ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ, ତେବେ ଏହି ଘୋଷଣାରେ କିଏ ଖୁସି ନହେବ କହିଲେ । ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ ଯୁବପୀଢ଼ିଙ୍କଠାରୁ ଆରମ୍ଭ ପରି ବୃଦ୍ଧବୃଦ୍ଧା ସମସ୍ତେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ।

ନିକଟରେ ଉତ୍ତରପ୍ରଦେଶ ସରକାର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଏହି ପ୍ଲାନ ପାଇଁ ଏବେ ପ୍ରସ୍ତୁତି ଚାଲିଛି । ରାଜ୍ୟର ପ୍ରତ୍ୟେକ ପରିବାରର ଅତି କମରେ ଜଣେ ସଦସ୍ୟଙ୍କୁ ରୋଜଗାର ମିଳିବ ବୋଲି ନିକଟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

ରାଜ୍ୟ ସରକାର ଏକ କୌଶଳ ମ୍ୟାପିଂ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହାପରେ ଆବଶ୍ୟକତା ଅନୁଯାୟୀ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ରୋଜଗାର ସହିତ ସେମାନଙ୍କୁ ଯୋଡ଼ାଯିବ । କୌଣସି ଗୋଟିଏ ବି ପରିବାର ଏଥିରୁ ବାଦ୍ ପଡ଼ିବେ ନାହିଁ । ଡବଲ୍ ଇଞ୍ଜିନ୍ ସରକାର ସ୍କିଲ ଇଣ୍ଡିଆ, ଷ୍ଟାଟଅପ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ ପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ପାଞ୍ଚ ଲକ୍ଷ ଯୁବକଙ୍କୁ ରୋଜଗାର ପ୍ରଦାନ କରିବା ସହ ୬୦ ଲକ୍ଷ କାରିଗରଙ୍କୁ ସ୍ୱରୋଜଗାର ପାଇଁ ଲୋନ୍ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.