ସୀମା ଟପିଲା କ୍ରୁରତା! ଘରୋଇ ସହାୟିକାକୁ ଏଭଳି ନିର୍ଯାତନା, ଗରମ ଲୁହା-ସିଗାରେଟ ଚେଙ୍କ ଦେଇଦେଇ ମାରିଦେଲେ

ନୂଆଦିଲ୍ଲୀ: ସୀମା ଟପିଲା ବର୍ବରତା । ଘରେ କାମ କରୁଥିବା ନାବାଳିକାକୁ ଦେଇ ଅକଥନୀୟ ନିର୍ଯାତନା । ଚେଙ୍କ ଦେଇ ଦେଇ ମାରିଦେଲେ ଦମ୍ପତି । କେବଳ ଗକମ ଲୁହା ଚେଙ୍କ ନୁହେଁ ବରଂ ସିଗାରେଟରେ ମଧ୍ୟ ଚେଙ୍କ ଦେଇଥିବା ଜଣାପଡିଛି । ଚେନ୍ନାଇରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । 15 ବର୍ଷୀୟ ନାବାଳିକାକୁ ନିର୍ଯାତନା ପରେ ହତ୍ୟା ମାମଲାରେ ପୋଲିସ ଏକ ଦମ୍ପତିକୁ ଗିରଫ କରିଛି । ଅନ୍ୟପଟେ ଆଉ 4ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ।

ନାବାଳିକା ଜଣକ ଆମିନଜିକରା ଅଞ୍ଚଳର ମେହେଟା ନଗରର ଏକ ପ୍ଲାଟରେ ମୃତ୍ୟୁବରଣ କରିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ଦମ୍ପତି ସାମାନ୍ୟ କଥାରେ ତାଙ୍କୁ ପ୍ରବଳ ମାରପିଟ କରୁଥିଲେ, ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ନିର୍ଯାତନା ଦେଇ ପିଟିପିଟି ତାଙ୍କୁ
ଶୌଚାଳୟରେ ବନ୍ଦ କରିଦେଇ ପଳାଇଥିଲେ । ଅଭିଯୁକ୍ତମାନେ ମହମ୍ମଦ ନିଶାଦ ଏବଂ ନାସିୟା ବୋଲି ଜଣାପଡିଛି । ଅଭିଯୁକ୍ତ ଦମ୍ପତି ମୃତଦେହକୁ ଶୌଚାଳୟରେ ଛାଡି ନିଜ ଭଉଣୀ ଘରକୁ ଚାଲିଯାଇଥିଲେ । ତେବେ କୌଣସି ଏକ ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତଦେହର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ତଥା ଚେଙ୍କ ଚିହ୍ନ ଥିବା ଦେଖିବାକୁ ମିଳିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।