ୟୁଟ୍ୟୁବରଙ୍କୁ ଗିଳିଥିଲା ଏବେ ଓକାଳିଦେଲା ଡୁଡୁମା, ହେଲେ ଯୁବକଙ୍କର ନାହିଁ ମୁଣ୍ଡ

ନିଖୋଜ ଓଡ଼ିଆ ୟୁଟ୍ୟୁବରଙ୍କର ମିଳିଲା ମୃତଦେହ, ହେଲେ ଶରୀରରେ ନାହିଁ ମୁଣ୍ଡ।

ଲମତାପୁଟ: ଦୀର୍ଘ ୧୦ ଦିନ ପରେ ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ଡୁଡୁମା ଜଳପ୍ରପାତରେ ଭାସି ଯାଇଥିବା ୟୁଟ୍ୟୁବରଙ୍କ ଘଟଣା। ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି ମାଡି ଆସିଥିଲା। ଆଉ ସେହି ପାଣିର ପ୍ରଖର ସ୍ରୋତରେ ଯୁବକ ଜଣକ ଭାସି ଯାଇଥିଲେ।

ଉପରେ ଛିଡ଼ା ହୋଇଥିବା ସାଙ୍ଗ ଏବଂ ଅନ୍ୟ ଲୋକ ତାଙ୍କୁ ଉଦ୍ଧାର କରିବାକୁ ଅନେକ ଚେଷ୍ଟା କରିଥିଲେ ସୁଦ୍ଦା ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା। ଜଳପ୍ରପାତର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ।

ପରେ ଉଦ୍ଧାରକାରୀ ଦଳ ୟୁଟ୍ୟୁବରଙ୍କୁ ଅନେକ ଖୋଜାଖୋଜି କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ହେଲେ ଆଜି ସେପ୍ଟେମ୍ୱର ୩ ତାରିଖ ଦିନ ନିଖୋଜ ୟୁଟ୍ୟୁବରଙ୍କ ମୃତଦେହ ମିଳିଲା।

ଅଗଷ୍ଟ ୨୩ ତାରିଖ ଦିନ ନିଖୋଜ ଯୁବକଙ୍କର ମୃତଦେହ ମାଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପରୁ ୩ କି.ମି ଦୂରରେ ମିଳିଲା। ହେଲେ ୟୁଟ୍ୟୁବରଙ୍କ ଶରୀରରେ ତାଙ୍କର ମୁଣ୍ଡ ନାହିଁ।

କୁହାଯାଉଛି ଯେହେତୁ ସେ ଦୂର୍ଘ ୧୦ ଦିନ ଧରି ପାଣି ଭିତରେ ଥିଲେ ତେଣୁ ତାଙ୍କ ମୁଣ୍ଡକୁ କେହି ଜଳଚରପ୍ରାଣୀ ଖାଇଦେଇଥାଇପାରନ୍ତି। ଏହାସହ ତାଙ୍କ ଶରୀର ମଧ୍ୟ ପୁରା ଫୁଲି ଯାଇଛି। ମୃତ ଶରୀର ପାଖରୁ ଏକ ମୋବାଇଲ୍ ମଧ୍ୟ ଉଦ୍ଧାର କରାଯାଇଛି।