fbpx

MAMEର ଚେୟାରମ୍ୟାନ୍ ପଦବୀରୁ ଦୀପିକାଙ୍କ ଇସ୍ତଫା

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : MAME ର ଚେୟାରମ୍ୟାନ୍ ପଦବୀରୁ ଇସ୍ତଫା ଦେଇଛନ୍ତି ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟୁରେ ଏକ ପୋଷ୍ଟ ସେୟାର କରି ସେଥିରେ ସେ ମୁମ୍ବାଇ ଏକାଡ଼େମୀ ଅଫ୍ ଇମେଜ୍ ବା MAME ରୁ ଇସ୍ତଫା ଦେବାକଥା କହିଛନ୍ତି । ସେୟାର ହୋଇଥିବା ଫୋଟରେ ସେ ଲେଖିଛନ୍ତି କି ‘MAME ବୋର୍ଡ଼ରେ ଯୋଗଦେବା ଏବଂ ଅଧ୍ୟକ୍ଷ ଭାବେ କାମ କରିବା ମୋ ପାଇଁ ଏକ ଶିକ୍ଷା ଭଳି ଅନୁଭବ ଥିଲା । ଜଣେ କଳାକାର ଭାବେ ଏହା ଏକ ଶକ୍ତିଶାଳୀ ଅନୁଭୂତ ଥିଲା କି ସମଗ୍ର ଦୁନିଆର ପ୍ରତିଭା ଓ ସିନେମା ମୁମ୍ବାଇକୁ ଆଣିବା, ଯାହାକି ମୋର ଦ୍ୱିତୀୟ ଘର ।’

 

ସେ ଏକଥା ମଧ୍ୟ ଲେଖିଛନ୍ତି ଯେ -‘ ମୁଁ ଅନୁଭବ କରୁଛି,ମୋ ପାଖରେ ବର୍ତ୍ତମାନ ଯେତିକି କାମ ଅଛି ମୁଁ MAME କୁ ସେତିକି ଧ୍ୟାନ ଦେଇପାରିବି ନାହିଁ ଯେତିକି ଦେବା ଦରକାର । ମୁଁ ଏହା ଭାବି MAME ରୁ ଅଲଗା ହେଉଛି କି ଏହା ସବୁଠାରୁ ଭଲ ହାତରେ ରହିବ । ଏକାଡ଼େମୀ ସହ ମୋର ସମ୍ପର୍କ ଓ ଯୋଗଦାନ ଆଜୀବନ ରହିବ ।’ ସୂଚନା ଅନୁସାରେ ଦୁଇ ବର୍ଷ ପୂର୍ବେ ଦୀପିକା ମିଆଁମାର ଚେୟାରମ୍ୟାନ୍ ଭାବେ ନିଯୁକ୍ତି ହୋଇଥିଲେ । ସେତେବେଳେ ମିଆଁମାର ପାଇଁ ଚେୟାରମ୍ୟାନ୍ ଥିବା କିରଣ ରାଓଙ୍କ ସ୍ଥାନରେ ତାଙ୍କୁ ନିଯୁନ୍ତି କରାଯାଇଥିଲା । MAMEରେ ଯୋଗ ନେଇ ସେ ସମୟରେ ଦୀପିକା ନିଜର ଖୁସି ମଧ୍ୟ  ଯାହିର କରିଥିଲେ ।

Get real time updates directly on you device, subscribe now.