fbpx
BSKY SKY
BSKY SKY

ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟରର ନିର୍ମାଣ ନିମନ୍ତେ ସୁବ୍ରତ ଦେବେ ୧୩୦ କୋଟି

BSKY

ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର ପାଇଁ ମଞ୍ଜୁରୀ ମିଳିଛି । ଏହାକୁ ତିଆରି କରିବା ପାଇଁ ସୁବ୍ରତ ବାଗଚୀ ଏବଂ ସ୍ତ୍ରୀ ସୁସ୍ମିତା ବାଗଚୀ ୧୩୦ କୋଟି ଟଙ୍କା ଦେବେ । ଏଥିସହିତ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ ବୋଲି ସୂଚନା ମିଳିଛି । ଏହି ସେଣ୍ଟର୍ ରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଦିଆଯିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ପାଲିଆଟିଭ୍ କେୟାର ସେଣ୍ଟରରେ ୧୦୦ ଶଯ୍ୟା ବିଶିଷ୍ଟ ରୋଗୀସେବା ଆରମ୍ଭ କରାଯିବ । ଆଉ ତା’ପରେ ଏହାକୁ ସଂପ୍ରସାରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

 

ଖାଲି ସେତିକି ନୁହେଁ ଭୁବନେଶ୍ୱରରେ ବାଗଚୀ- ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଂଜୁରୀ ମିଳିଛି । କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ଦେବେ ୨୧୦ କୋଟି ଟଙ୍କା । କ୍ୟାନସର ହସ୍ପିଟାଲ ପାଇଁ ଇନଫୋସିଟି-୨ରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେବେ । ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ ଚିକିତ୍ସା ସୁବିଧା ମିଳିବ ଏବଂ ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫% ଶଯ୍ୟା ଅଲଗା ରଖାଯିବ ।

Get real time updates directly on you device, subscribe now.