fbpx

ବଲିଉଡରୁ ଆସିଲା ଦୁଃଖଦ ଖବର: ଗଙ୍ଗାରେ ବୁଡ଼ି ‘ହେରା ଫେରୀ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଗଙ୍ଗା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ବଲିଉଡ୍ ଅଭିନେତା । ଅଭିନେତାଙ୍କ ଅକାଳ ବିୟୋଗକୁ ନେଇ ଏବେ ସମଗ୍ର ବଲିଉଡରେ ଶୋକର ଲହରୀ ଖେଳିଯିବା ସହ ତାଙ୍କର ପ୍ରଶଂସକ ଓ ପରିବାରରେ ନୈରାଶ୍ୟ ଭରି ଯାଇଛି । ନିଜ ଘରକୁ ଆସୁଥିବା ସମୟରେ ଅଭିନେତା ଅଚାନକ ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଗଙ୍ଗା ନଦୀରେ ବହୁ ସମୟ ଧରି ଖୋଜାଖୋଜି କରାଯିବା ପରେ ସେଠାରୁ ତାଙ୍କର ଚପଲ ଜବତ କରାଯାଇଥିଲା ।

ଖବର ମତୁତାବକ, ମୃତକ ଅଭିନେତାଙ୍କ ନାମ ହେଉଛି ଅଜୟ କୁମାର ସାହୁ । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ଅଜୟ ଅବିବାହିତ ଥିବା ବେଳେ ତାଙ୍କର ପରିବାରରେ ଦୁଇ ଭାଇ ଓ ଜଣେ ଭଉଣୀ ରହିଛନ୍ତି । ସେ ‘ହେରା ଫେରୀ’, ‘ଖଟ୍ଟା ମୀଠା’, ‘ଚୁପକେ ଚୁପକେ’ ଓ ‘ଭାଗ ଭାଗ’ ପରି ଅନେକ ବଲିଉଡ୍ ଫିଲ୍ମରେ ଅଭିନୟ କରିଥିଲେ । ଅଭିନୟ କରିବା ସହିତ ଅଜୟ କୁମାର ମୁମ୍ବାଇରେ ଆକ୍ଟିଂ ସ୍କୁଲ ମଧ୍ୟ ଚଳାଉଥିଲେ । ଉକ୍ତ ସ୍କୁଲ ଜରିଆରେ ସେ ଅନେକ ନୂଆ କଳାକାରଙ୍କୁ ଅଭିନୟ ଶିଖାଇଥିଲେ । ଅଜୟ ମୁମ୍ବାଇରେ ରହୁଥିବା ବେଳେ ସେ ଆରା ସ୍ଥିତ ନିଜର ଗାଁକୁ ଯାଉଥିଲେ । ଧାର୍ମିକ ପୂଜାପାଠ କରିବା ପାଇଁ ସେ ଗଙ୍ଗା ସ୍ନାନ କରିବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.