fbpx

ସଲମାନ ଖାନଙ୍କ ଭିଣୋଇ ଅଭିନେତା ଆୟୁଷ ଶର୍ମାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଭିଣୋଇ ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆୟୁଷଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇଠାରେ ଏହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ଆୟୁଷଙ୍କ ଗାଡ଼ିକୁ ଟକ୍କର ମାରିଥିଲା । ଏହି ଖବର ଶୁଣିବା ପରେ ଆୟୁଷଙ୍କ ପରିବାରବର୍ଗ ଓ ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିଲେ । ମାତ୍ର ଗାଡ଼ିରେ ଆୟୁଷ ନଥିଲେ ବୋଲି ଜାଣିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ ।

ସୂଚନା ମୁତାବକ, ବଲିଉଡ ଅଭିନେତା ଆୟୁଷ ଶର୍ମାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଆୟୁଷ କି ସଲମାନଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ସୂଚନାଯୋଗ୍ୟ ଯେ, ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ଆୟୁଷ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ।

ଆୟୁଷ ଗତ କିଛିବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ରହିଛନ୍ତି । ୨୦୧୮ରେ ପରଦାକୁ ଆସିଥିବା ‘ଲଭରାତ୍ରି’ ଜରିଆରେ ଆୟୁଷ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ତାଙ୍କର ଫିଲ୍ମର ପ୍ରମୋସନ ପାଇଁ ସଲମାନ ଆଗକୁ ଆସିଥିଲେ, ମାତ୍ର ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ କାହାଣୀରେ ସେତେଟା ଦମ୍ ନଥିଲା । ସଲମାନଙ୍କ ବ୍ୟାନର ଅଧିନରେ ଉକ୍ତ ଫିଲ୍ମ ପ୍ରଯୋଜନା କରାଯାଇଥିଲା । ଏହାପରେ ୩ ବର୍ଷ ପର୍ଯ୍ୟନ୍ତ ଆୟୁଷଙ୍କ କୌଣସି କାମ ମିଳିନଥିଲା । ତେଣୁ ସଲମାନ ତାଙ୍କୁ ‘ଅନ୍ତିମ: ଦି ଫାଇନାଲ ଲାଷ୍ଟ ଟ୍ରୁଥ‘ରେ ଖଳନାୟକ ରୋଲ ଦେଇଥିଲେ । ଉକ୍ତ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିନଥିଲା । ଆସନ୍ତା ବର୍ଷ ଜାନୁଆରୀ ୧୨ରେ ଆୟୁଷଙ୍କ ପରବର୍ତ୍ତୀ ଫିଲ୍ମ ପରଦାକୁ ଆସିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.