fbpx

ଫର୍ଦ୍ଦିନ ଖାନ ଏବଂ ନତାଶା ମାଧୱାନୀଙ୍କ ବୈବାହିକ ସଂପର୍କରେ ସୃଷ୍ଟି ହେଲା ଫାଟ! ୧୮ ବର୍ଷ ପରେ କାହିଁକି ହେଉଛନ୍ତି ଅଲଗା?

Advertisement

ନୂଆଦିଲ୍ଲୀ: ଚକୋଲେଟ୍ ବଏ ତଥା ଅଭିନେତା ଫର୍ଦ୍ଦିନ ଖାନ୍ ବଲିଉଡ ଇଣ୍ଡଷ୍ଟ୍ରିର ଲୋକଙ୍କ ହୃଦୟରେ ଏକ ଜବରଦସ୍ତ ସ୍ଥାନ ସୃଷ୍ଟି କରିଛନ୍ତି। ଏହି ଅଭିନେତା ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଆଜିକାଲି ଏହି ଅଭିନେତା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ଖବର ଅଛି ଯେ, ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି।

‘ଇ-ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, କିଛି ସମୟ ପାଇଁ ଅଭିନେତାଙ୍କ ଦାମ୍ପତ୍ୟ ଜୀବନରେ କିଛି ଠିକ୍ ଚାଲିନାହିଁ। ଅଭିନେତା ଫର୍ଦ୍ଦିନ ଖାନ ଏବଂ ତାଙ୍କ ପତ୍ନୀ ନତାଶା ମାଧୱାନୀ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ନିଜ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଯାଉଛନ୍ତି। ଏହି ଦମ୍ପତି ଦୀର୍ଘ ସମୟ ଧରି ଅଲଗା ରହୁଛନ୍ତି। ଫର୍ଦ୍ଦିନ ଖାନ ତାଙ୍କ ମାତାଙ୍କ ସହ ମୁମ୍ବାଇରେ ରହୁଥିବାବେଳେ ନତାଶା ଲଣ୍ଡନରେ ରହୁଛନ୍ତି।

୨୦୦୫ ମସିହାରେ ନତାଶା ମାଧୱାନୀ ଏବଂ ଫର୍ଦ୍ଦିନ ଖାନ ବିବାହ କରିଥିଲେ। ଉଭୟଙ୍କ ଏହି ଗ୍ରାଣ୍ଡ ବିବାହରେ ବହୁ ବଲିଉଡ ତାରକା ଏବଂ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ, ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି। ଖବର ଅନୁଯାୟୀ, ବିବାହର ୧୮ ବର୍ଷ ପରେ, ଏହି ଦମ୍ପତି ସେମାନଙ୍କ ବିବାହକୁ ସବୁଦିନ ପାଇଁ ଶେଷ କରୁଛନ୍ତି।

ଖାଲି ସେତିକି ନୁହେଁ, ଦମ୍ପତିଙ୍କ ମଧ୍ୟରେ କଳହର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବର୍ତ୍ତମାନ ଉଭୟ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ଅଲଗା ହେବେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯେତେବେଳେ ଉଭୟଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରାଯାଇଥିଲା ସେତେବେଳେ ସେମାନେ କହିଥିଲେ ଯେ, ବର୍ତ୍ତମାନ ସମୟରେ ସେମାନେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି।

Get real time updates directly on you device, subscribe now.