fbpx

ରଣବୀରଙ୍କୁ କଙ୍ଗନାଙ୍କ କଟାକ୍ଷ, ଜଣେ ନିଶାଡି ଓ ନାରୀପ୍ରେମୀ ଏବେ ଭଗବାନ ରାମ ହେବାକୁ ଚାହୁଁଛି

Advertisement

ମୁମ୍ବାଇ:ପୁଣି କଙ୍ଗନାଙ୍କ କଟାକ୍ଷ । ଏଥର ସେ କଟାକ୍ଷ କରିଛନ୍ତି ଅଭିନେତା ରଣବୀର କପୁରଙ୍କୁ । ସେ କହିଛନ୍ତି ଜଣେ ନିଶାଡି ଓ ନାରୀପ୍ରେମୀ ଏବେ ଭଗବାନ ରାମ ହେବାକୁ ଚାହୁଁଛନ୍ତି ।
କଙ୍ଗନା ନିଜର ଖୋଲା ମତ ଓ କଟାକ୍ଷ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ରଣବୀର କପୁରଙ୍କ ଉପରେ ଏପରି ଟିପ୍ପଣୀ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଖେଳି ଯାଇଛି । ଇଂରାଜୀ ଉକ୍ତିର ଉଦ୍ଧାର କରି ସେ ରଣବୀରଙ୍କୁ ଜଣେ ନାମକୁ ମାତ୍ର ଅଭିନେତା ବୋଲି କହିଛନ୍ତି । ଏହା ସହିତ ସେ ତାଙ୍କୁ ନିଶାଡି ଓ ନାରୀପ୍ରେମୀ ବୋଲି କହିଛନ୍ତି ।

ଅପକମିଂ ଫିଲ୍ମ “ରାମାୟଣ’ରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକା ନିଭାଇବାକୁ ନେଇ କଙ୍ଗନା ରନୌତ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ରଣବୀରଙ୍କୁ ଧଳା ମୂଷା ବୋଲି କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ରଣବୀର କପୁର ଓ ଆଲିଆ ଫିଲ୍ମ ରାମାୟଣରେ ଭଗବାନ ରାମ ଦେବୀ ସୀତା ଭୂମିକା ନିଭାଉଛନ୍ତି ।

କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଫିଲ୍ମକୁ ନେଇ ଆଲୋଚନା କରିଛନ୍ତି । ସେ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଲମ୍ବା ନୋଟ୍ ଲେଖି ରଣବୀର କପୁରଙ୍କୁ ସମାଲୋଚନା କରିଛନ୍ତି । ନିଜ ଇନଷ୍ଟାଷ୍ଟୋରୀରେ କଙ୍ଗନା ଲେଖିଛନ୍ତି, ମୁଁ ବଲିଉଡ୍ରେ ଆଉ ଏକ “ରାମାୟଣ’ ଆସୁଛି ବୋଲି ଖବର ଶୁଣିବାକୁ ପାଇଛି । ଯେଉଁଠି ଏକ ହ୍ୱାଇଟ୍ ସ୍କିନ୍ ର‌୍ୟାଟ(ସୋ କୋଲ୍ଡ ଆକ୍ଟର) ଯାହାକୁ କିଛି ତାଲିମ ଓ ବୁଦ୍ଧିର ଆବଶ୍ୟକତା ରହିଛି , ଯିଏ ଇଣ୍ଡଷ୍ଟ୍ରୀରେ ସମସ୍ତଙ୍କ ବିରୁଦ୍ଧରେ ଖରାପ ପିଆର୍ କରିବା ଲାଗି ଫେମସ, ଡ୍ରଗ ଆଡିକସନ୍ ଓ ବୁମନାଇଜିଂ ଲାଗି ଫେମସ୍ ସେ ଏବେ ଭଗବାନ ରାମ ହେବାକୁ ଚାହୁଁଛି । ସେ ଆହୁରି କହିଛନ୍ତି ତୁମେ ମୋତେ ଥରେ ଆଘାତ କଲେ ମୁଁ ତୁମକୁ ସେ ପର୍ଯ୍ୟନ୍ତ ଆଘାତ କରିବି ଯେ ପର୍ଯ୍ୟନ୍ତ ତୁମେ ମରି ନ ଯାଇଛ । କଙ୍ଗନା ଆହୁରି କହିଛନ୍ତି ମୋ ସହ କେହି ପଙ୍ଗା ଆଦୌ ନିଅ ନାହିଁ ।

 

Get real time updates directly on you device, subscribe now.