ବାଲିଯାତ୍ରାରେ ‘Bollywood Night’, ଲେଜର ସୋ’ରେ ଝୁମିବେ ଦର୍ଶକ: କ୍ରେଜରେ ଓଡ଼ିଆ ଅସ୍ମିତା

କଟକ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା । ମହାନଦୀ କୂଳରେ ପୁଣିଥରେ ଲାଗିବ ଭିଡ଼, ଜମିବ ନାଚଗୀତ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାଭିତରେ ବାଲିଯାତ୍ରାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ଏଥର ବାଲିଯାତ୍ରା ଟିକିଏ ନିଆରା ହେବ ବୋଲି ଅନୁମାନ କରାଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ବଲିଉଡ ନାଇଟରେ ଝୁମିବେ ଦର୍ଶକ । କଟକର ବାଲିଯାତ୍ରାରେ ବଲିଉଡ ଦୁନିଆର ଷ୍ଟାର କଳାକାରଙ୍କ ଭିଡ଼ ଦେଖିବାକୁ ମିଳିବ ।

ହିନ୍ଦୀ ସିନେମା ଜଗତର ଷ୍ଟାର ସିଙ୍ଗର ସୋନୁ ନିଗମ ଏବଂ ଲୋକପ୍ରିୟ ଗାୟକ ସୁରେଶ ୱାଦେକର ପ୍ରମୁଖ କଟକ ବାଲିଯାତ୍ରାରେ ବିଶେଷ ଆକର୍ଷଣ ପାଲଟିବେ । ଏହାବ୍ୟତୀତ ‘ନୂଆ ଡ୍ରୋନ ସୋ’ ଏବଂ ‘ଲେଜର ସୋ’ କଟକ ବାଲିଯାତ୍ରାକୁ ଏକ ନୂଆ ରଙ୍ଗ ଦେବ ବୋଲି କୁହାଯାଇଛି । ତେବେ କଟକ ବାଲିଯାତ୍ରାରେ ମଧ୍ୟ ‘ଓଡ଼ିଆ ଅସ୍ମିତା’ର କ୍ରେଜ୍ ଦେଖିବାକୁ ମିଳିବ । ଏଥର ବାଲିଯାତ୍ରାରେ କଟକ ଇନ୍ କଟକ ଥିମ୍ ରହିବ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ସିନେମା । ସେହିପରି ସବୁଜ ବାଣ ପ୍ରଦର୍ଶନୀକୁ ମଧ୍ୟ ଏହି ବାଲିଯାତ୍ରାରେ ସ୍ଥାନ ଦିଆଯିବ । ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.