fbpx

(VIDEO) ରିଲିଜ ହେଲା ପଠାନ ଫିଲ୍ମର ଟ୍ରେଲର; ଦୀପିକାଙ୍କ ଉପରେ ରହିଛି ସମସ୍ତଙ୍କ ନଜର

ମୁମ୍ବାଇ: ପଠାନ ଫିଲ୍ମର ପୋଷ୍ଟର ରିଲିଜ ପରଠାରୁ ଏହା ସର୍ବଦା ଚର୍ଚ୍ଚାରେ ରହି ଆସିଛି । ଟ୍ରୋଲର ମାନେ ଏହିି ଫିଲ୍ମକୁ ନେଇ ଅନକେ ଟ୍ରଲ କରିଥିବା ବେଳେ ଏଥିରେ ଥିବା ଗୀତକୁ ନେଇ ମଧ୍ୟ ବାଦବିବାଦ ଦେଖାଦେଇଥିଲା । ତେବେ ସବୁ ବାଦବିବାଦ ପରେ ଆଜି ପଠାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହାକି ଚଳିତ ବର୍ଷର ପ୍ରଥମ ଏବଂ ବଲିଉଡର ସବୁଠାରୁ ବଡ ମୁଭି ବୋଲି ଚର୍ଚ୍ଚା ହେଉଛି ।

ତେବେ ୟଶରାଜ ଫିଲ୍ମ ବ୍ୟାନର ତଳେ ନିର୍ମିତ ପଠାନ ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ ବଡ ପରଦାରେ କିଙ୍ଗ୍ ଖାନଙ୍କୁ ଦେଖିବାକୁ ମିଳିବ । ମେକର୍ସମାନେ ଆଜି ଦିନ ୧୧ଟାରେ ଏହି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ୨ ମିନିଟର ଟ୍ରେଲରରେ ଆକ୍ସନ ସହ ଶାହାରୁଖଙ୍କ ଦମଦାର ଏଣ୍ଟ୍ରୀ ଦର୍ଶଙ୍କ ହୃଦୟ ଜିତିବା ସହ ଫିଲ୍ମ ଦେଖିବାର ଉତ୍ସାହକୁ ଦ୍ୱିଗୁଣିତ କରିଛି । ଫଳରେ ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହା ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ‘ପଠାନ’ର ପୁରା ଟ୍ରେଲରରେ ଆକ୍ସନ୍ ଉପରେ ଉପରେ ଅଧାରିତ ହୋଇଛି । ଫିଲ୍ମର VFX ଉପରେ ମଧ୍ୟ ଅନେକ କାମ କରାଯାଇଛି । ଏହି ଚଳଚ୍ଚିତ୍ରଟି ମୁଖ୍ୟତଃ ଏଆର୍ ଆକ୍ସନ୍ ଉପରେ ଧ୍ୟାନ ଦେଇଛି । ଏଥିସହିତ ଟ୍ରେଲରରେ ଷ୍ଟଣ୍ଟ ଦୃଶ୍ୟ ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଆକର୍ଷିତ କରୁଛି । ଏତତ୍ ବ୍ୟତୀତ ଡିମ୍ପଲ୍ କପାଡିଆ ଏବଂ ଆଶୁତୋଷ ରାଣାଙ୍କ ଶୈଳୀ ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି ।

ଏତତ୍ ବ୍ୟତୀତ ଟ୍ରେଲରେ ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ୍ ମଧ୍ୟ ଆକ୍ସନ ମୋଡରେ ନଜର ଆସିଛନ୍ତି । ଦୀପିକା ତାଙ୍କର ଗ୍ଲାମ ଲୁକରେ ଦର୍ଶକଙ୍କୁ ଇମ୍ପେସ୍ କରିଥିବା ବେଳେ ଜନ ତାଙ୍କ ଷ୍ଟାଇଲରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । କିନ୍ତୁ ଟ୍ରେଲରରେ ଆସ୍କଲ ଦେଶ ଭକ୍ତି ରୋମାନନ୍ସ ଥିବା ବେଳେ ବେସରମ ରଙ୍ଗ ଗୀତର ଝଲକ କିନ୍ତୁ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଯାଇଥିବା ଜଣାପଡିଛି । ପଠାନ ଫିଲ୍ମ ଚଳିତ ବର୍ଷ ଜାନୁଆରୀ ୨୫ ତାରିଖରେ ମୁକ୍ତି ଲାଭ କରିବାକୁ ଯାଉଛି । ତେବେ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକମନେ ଉତ୍ସାହର ସହ ଅପେକ୍ଷା କରିବା ସହ ଫିଲ୍ମରେ ବେସରମ ରଙ୍ଗ ଗୀତର ରେଗୁଆ ସିନ୍ ଅଛି କି ନାହିଁ ତାହା ମଧ୍ୟ ଜାଣିବାକୁ ଇଚ୍ଚୁକ ଅଛନ୍ତି ।

Get real time updates directly on you device, subscribe now.