fbpx

Politicsରେ ପାଦ ଥାପିବେ ବଲିଉଡ କୁଇନ୍ ଉର୍ବସୀ! ଲୋକସଭା ନିର୍ବାଚନ ପାଇଁ ମିଳିଛି ଟିକେଟ…

ନୂଆଦିଲ୍ଲୀ: ଲୋକସଭା ନିର୍ବାୁନ ପାଇଁ ତାରିଖ ଘୋଷଣା ହେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବିଜେପି-କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ତେବେ ବିଭିନ୍ନ ଆସନରୁ ଉପଯୁକ୍ତ ପ୍ରାର୍ଥିଙ୍କୁ ଟିକେଟ ଦେଇଥିବା ବେଳେ ବିଭିନ୍ନ ଦଳ କିଛି ଅଭିନେତା-ଅଭିନେତ୍ରୀଙ୍କୁ ମଧ୍ୟ ନିର୍ବାଚନୀ ଟିକେଟ ପ୍ରଦାନ କରିଛନ୍ତି । ଏହା ଭିତରେ ବଲିଉଡ ସୁନ୍ଦରୀ ଉର୍ବସୀ ରୌତେଲାଙ୍କୁ ମଧ୍ୟ ନିର୍ବାଚନ ଲଢିବା ପାଇଁ ଟିକେଟ ମିଳିଥିବା ଶୁଣିବାକୁ ମିଳିଛି । ଆସନ୍ତା ନିର୍ବାଚନରେ ସେ ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ଏଥିପାଇଁ ତାଙ୍କୁ ଟିକେଟ ମିଳିଥିବା ନେଇ ସେ ନିଜ ପ୍ରକାଶ କରିଛନ୍ତି ।

ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି । ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ ଭାଷାରେ ଅଭିନୟ କରି ସାରିଲେଣି । ଏବେ ଖବର ଆସୁଛି ଉର୍ବଶୀ ରାଜନୀତିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କୁ ଜଣେ ପ୍ରାର୍ଥି ଭାବରେ ଦେଖିବାକୁ ପାଇବେ ଭୋଟର । ଏ ନେଇ ଖବର ଆସିବା ପରେ ଉର୍ବଶୀଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇ ଯାଇଛ୍ତି । ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି, ରାଜନୀତିରେ ପ୍ରବେଶ କରିବା ପାଇଁ ମୋତେ ଟିକେଟ୍ ମିଳିଛି । ଏବେ ଏହି ନିଷ୍ପତି ମୋର ହେବ ଯେ ମୁଁ ରାଜନିତୀକୁ ଆସିବି ନା ନାହିଁ । ତେବେ ନିର୍ବାଚନ ଲଢିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନଥିବା ଉର୍ବଶୀ କହିଛନ୍ତି । ଏଥିପାଇଁ ସେ ତାଙ୍କ ପ୍ରଶଂସକଙ୍କ ରାୟ ମାଗିଛନ୍ତି । ତେବେ ତାଙ୍କୁ କେଉଁ ଦଳ ଏବଂ କେଉଁ ଆସନରୁ ଟିକେଟ ମିଳିଛି, ସେ ନେଇ ଉର୍ବସୀ କୌଣସି ପ୍ରକାର ସୂଚନା ଦେଇନାହାନ୍ତି ।

ନିର୍ବାଚନ ଲଢିବା ନେଇ ଉର୍ବଶୀଙ୍କ ଅନୁରୋଧ ପରେ ତାଙ୍କର ପ୍ରଶଂସକମାନେ ରାୟ ମଧ୍ୟ ଦେଇଛନ୍ତି । ଅନେକ କହିଛନ୍ତି ଯେ ସେ ନିଶ୍ଚୟ ରାଜନୀତିକୁ ଆସିବା ଉଚିତ । ଜଣେ ୟୁଜର କହିଛନ୍ତି ଏଭଳି ପଲିଟିସିଆନ ଥିଲେ ମୁଁ ନିଶ୍ଚିତ ଭୋଟ ଦେବାକୁ ଯିବି । ସେହିଭଳି ଅନେକ ୟୁଜର ତାଙ୍କୁ ରାଜନୀତିକୁ ନ ଆସିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କିଛି ୟୁଜର ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମରେ କାମ ମିଳୁ ନାହିଁ ବୋଲି ରାଜନୀତିକୁ ଆସିବାକୁ ଚାହୁଁଛନ୍ତି ଉର୍ବଶୀ ।

Get real time updates directly on you device, subscribe now.