fbpx

ପିଲାଦିନର ପ୍ରେମିକାଙ୍କୁ ପାଇବା ପାଇଁ ସେଲସ୍ ମ୍ୟାନ ସାଜିଥିଲେ KK , ଏପରି ହୋଇଥିଲା ପ୍ରଥମ ଦେଖା

ନୂଆଦିଲ୍ଲୀ: ବଲିଓଡର ଲୋକପ୍ରିୟ ଗାୟକ କେକେଙ୍କ ପରଲୋକରେ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଦେଶବାସୀଙ୍କୁ ଶୋକାକୂଳ ପରିବେଶରେ ଛାଡି ଚାଲି ଯାଇଛନ୍ତି କେକେ । ବଲିଓଡର ଲୋକପ୍ରିୟ ଗାୟକ କେକେଙ୍କର କୋଲକାତାର ଏକ ଲାଇଭ କନସର୍ଟରେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ହୃଦଘାତ ହୋଇଥିଲା । ଲାଇଭ କନସର୍ଟରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

When Unemployed KK Took Up Salesman Job To Marry His Ladylove Jyothy Krishna  | KK Death: जब अपने बचपन के प्यार से शादी करने के खातिर केके को बेलने पड़े  थे कई

ଫ୍ୟାନ୍ସମାନେ କେକେଙ୍କ ମୃତ୍ୟୁରେ ଗଭୀର ଆଘାତ ପାଇଛନ୍ତି । ବର୍ତ୍ତମାନ ପ୍ରଶଂସକ ମାନେ କେକେଙ୍କ ବ୍ୟକ୍ତିଗତ ଜୀବନର ପ୍ରତ୍ୟେକଟି କଥା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଗଣମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେ ଦୂରେଇ ରଖୁଥିବାରୁ ତାଙ୍କ ଲଭଷ୍ଟୋରୀ ବିଷୟରେ ଖୁବ କମ ଲୋକ ଜାଣନ୍ତି ।

Kk Birthday Special: Singer Kk Birthday Special Story Here Know About Him -  Kk Birthday: इस वजह से केके को करनी पड़ी थी सेल्समैन की नौकरी, एड जिंगल्स  से हुई थी करियर

କେକେ ନିଜର ଜୀବନସାଥୀ ପାଇଁ ସେଲସ୍ ମ୍ୟାନ ଭାବେ ଚାକିରି କରିଥିଲେ । ୧୯୯୧ ମସିହାରେ ସେ ନିଜର ପିଲାବେଳର ବାନ୍ଧବୀ ଜ୍ୟୋତି ଲକ୍ଷ୍ମୀ କୃଷ୍ଣାଙ୍କୁ ବିବାହ କରିଥିଲେ । ଷଷ୍ଠ ଶ୍ରେଣୀରୁ ଜ୍ୟୋତିଙ୍କ ସହ କେକେଙ୍କର ଭେଟ ହୋଇଥିଲା ଓ ଆରମ୍ଭ ହୋଇଥିଲା ଲଭଷ୍ଟୋରୀ । କେକେ ସର୍ବଦା ନିଜର ବ୍ୟକ୍ତଗତ ଜୀବନକୁ ଲୋକମାନଙ୍କଠୁ ଦୂରରେ ରଖୁଥିଲେ । ଏହା ହିଁ କାରଣ ଥିଲା ଲୋକମାନେ ତାଙ୍କ ବିଷୟରେ ଖୁବ କମ ଜାଣନ୍ତି । କପିଲ ଶର୍ମା ଧାରାବାହିକରେ କେକେ ଯୋଗ ଦେଇ ନିଜ ଲେଡି ଲଭ ପାଇଁ ସେ ସେଲସ୍ ମ୍ୟାନର ଚାକିରି କରିଥିଲେ ବୋଲି କହିଥିଲେ । ତାଙ୍କ ଜୀବନରେ ସେ କେବଳ ଜଣଙ୍କୁ ହିଁ ଡେଟ କରିଛନ୍ତି ଆଉ ସେ ହେଉଛନ୍ତି ତାଙ୍କ ସ୍ତ୍ରୀ ଜ୍ୟୋତି । ସେ ବହୁତ ଲାଜକୁଳା ଥିବାରୁ ତାଙ୍କୁ ମଧ୍ୟ ଠିକ ସେ ଡେଟ କରି ପାରିନଥିଲେ ।

Singer KK passes away: The legendary musician now survived by wife Jyothi  and two children | PINKVILLA

ଶାଶୁ ଓ ଶ୍ୱଶୁରଙ୍କ କହିବା ଅନୁସାରେ ସେ ପ୍ରଥମେ ଚାକିରି କରିଥିଲେ, ଯାହାଫଳରେ ତାଙ୍କୁ ଜ୍ୟୋତିଙ୍କ ସହ ବିବାହ ପାଇଁ ଅନୁମତି ମିଳିଥିଲା । କିନ୍ତୁ ୩ମାସ ମଧ୍ୟରେ ହିଁ ସେ ଚାକିରି ଛାଡ଼ି ଦେଇଥିଲେ । ଏହା ପରେ ସେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ତାଙ୍କେର ପ୍ରଥମ ମ୍ୟୁଜିକ୍ ଆଲବମ୍ ପ୍ ୧୯୯୯ରେ ଆସିଥିଲା । ଏହା ପରେ କେକେ ଆପଉ ପଛକୁ ଚାହିଁ ନଥିଲେ । ଅନେକ ସମୟ ଧରି ବଲିଉଡରେ ନିଜ ସ୍ୱରର ଯାଦୁକୁ ନେଇ ସେ ରାଜ୍ କରିଥିଲେ ।

Get real time updates directly on you device, subscribe now.