fbpx

ମୁଡ୍ ଅଫ ଅଛି କି? ତାହେଲେ ଦେଖନ୍ତୁ ଏହି ଫିଲ୍ମ, ନହସି ରହିପାରିବେନି

ନୂଆଦିଲ୍ଲୀ: ବଲିଉଡର ଅନେକ ଫିଲ୍ମ ରହିଛି, ଯାହାକୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ବିଶେଷକରି ଏଭଳି କିଛି କମେଡି ଫିଲ୍ମ ରହିଛି, ଯାହାକୁ ଦେଖିଲେ ହସ କଣ୍ଟ୍ରୋଲ କରିବା ମୁସ୍କିଲ ହୋଇଯାଇଥାଏ । ଫିଲ୍ମର କାହାଣୀଠୁ ନେଇ ସମସ୍ତ ବିଷୟ ହୃଦୟକୁ ଖୁସି ଦେଇଥାଏ । ଯଦି ଜଣଙ୍କର ମୁ଼ଡ୍ ଅଫ ଥିବ, ତାହେଲେ ଏହି ଫିଲ୍ମ ଦେଖିଲେ ଖୁସି ହୋଇଯିବ ।

  •  ଅକ୍ଷୟ କୁମାରଙ୍କ କମେଡି ତଡକାରେ ଫ୍ୟାନ୍ସ ଫିଦା ହୋଇଥାନ୍ତି । 2006 ମସିହାରେ ଭଗମ ଭାଗ ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ପ୍ରିୟଦର୍ଶନ । ଏହି ଚଳଚ୍ଚିତ୍ରରରେ ଅକ୍ଷୟ କୁମାରଙ୍କ ସହିତ ଗୋବିନ୍ଦା, ପରେଶ ରାବଲ, ଲାରା ଦତ୍ତା, ରାଜପାଲ ଯାଦବଙ୍କ ଭଳି ଅନେକ ଲୋକପ୍ରୟ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମ ଦେଖିଲେ ବୋର୍ ହେବେ ନାହିଁ ଫ୍ୟାନ୍ସ । ଫିଲ୍ମର ଗୋଟିଏ ଗୋଟିଏ ସିନକୁ ଦେଖିଲେ ନହସିଲେ ରହିପାରିବେନି । ଗୋବିନ୍ଦା ଏବଂ ଅକ୍ଷୟ କୁମାରଙ୍କ କମେଡି ଅନ୍ଦାଜ ଫ୍ୟାନ୍ସଙ୍କ ମନକୁ ଜିତିଥିଲା ।
  • 2007 ମସିହାରେ ଅକ୍ଷୟ କୁମାର ଏବଂ ବିଦ୍ୟାବାଲନଙ୍କ ହରର ଫିଲ୍ମ ଭୁଲ ଭୁଲେୟାଁ । ଏହି ଫିଲ୍ମକୁ ମଧ୍ୟ ପ୍ରିୟଦର୍ଶନ ନିର୍ଦ୍ଦେଶନା ଦେଇଥିଲେ । 1993 ମସିହାରେ ମାଲାୟଲମ ଫିଲ୍ମ ମଣିଚିତ୍ରାଥଜୁଙ୍କ ଅଧିକାରୀକ ହିନ୍ଦୀ ରିମିକ ଅଟେ । ଏଥିରେ ଅକ୍ଷୟ କୁମାର, ବିଦ୍ୟାବାଲନଙ୍କ ବ୍ୟତୀତ ସିନେ ଆହୁଜା, ଅମିଶା ପଟେଲ, ପରେଶ ରାଓ୍ବଲ, ରାଜପାଲ ଯାଦବ, ମନୋଜ ଯୋଶୀ, ଅସରାନୀ ଏବଂ ବିକ୍ରମ ଗୋଖଲେଙ୍କୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ 2022ରେ ଏହାର ସିକ୍ବେନ୍ସ ଭୁଲ ଭୁଲେୟା 2 ମଧ୍ୟ ରିଲିଜ ହୋଇଥିଲା ।
  • 2009 ମସିହାରେ ରିଲିଜ ହୋଇଥିଲା ଦେ ଦନା ଦନ ।  ଏହା ଏକ ସାନଦାର କମେଡି ଫିଲ୍ମ ଅଟେ । ଏହି ଫିଲ୍ମ ହଲିଉଡର ଫିଲ୍ମ ସ୍କ୍ରୁଡ ସହିତ ମେଳକ ଭଳି ମନେ ହେଉଛି । ଏହି ଫିଲ୍ମର କାହାଣୀ ଠୁ ନେଇ କଳାକାରଙ୍କ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ।
  • 2005ରେ ରିଲିଜ ହୋଇଥିଲା ଗରମ ମସଲା । ଏହା ମଧ୍ୟ ଏକ ସାନଦାର କମେଡି ଫିଲ୍ମ । ଅକ୍ଷୟ କୁମାରଙ୍କ ସାନଦାର ଅଭିନୟ ସାଙ୍ଗକୁ କମେଡି ତଡକା ଫ୍ୟାନ୍ସଙ୍କ ହୃଦୟକୁ ଜିତିଥିଲା । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ।
  • 2000 ମସିହାରେ ରିଲିଜ ହୋଇଥିଲା ଫିଲ୍ମ ହେରା ଫେରି । ଏହା ମଧ୍ୟ ମାଲାୟଲମ ଫିଲ୍ମର ହିନ୍ଦୀ ରିମିକ ଥିଲା । ସେହି ସମୟରେ ହେରା ଫେରି ବହୁତ ଫିଟ୍ ହୋଇଥିଲା । ଏହାପରେ 2006 ମସିହାରେ ହେରାଫେରି-2 ରିଲିଜ ହୋଇଥିଲା ।

Get real time updates directly on you device, subscribe now.