Breaking: ଗାଁ ରାସ୍ତାରେ ଫୁଟିଲା ବୋମା, ଜଣେ ମୃତ, ଜଣେ ଗୁରୁତର

ବାଇକରେ ନେଇ ଯାଉଥିଲେ ବୋମା। ବାଇକ୍ ସହ ବୋମା ଖସି ପଡ଼ିବାରୁ ରାସ୍ତା ଉପରେ ବିସ୍ଫୋରଣ। ଜଣେ ମୃତ ଆଉ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର।

ଖୋର୍ଦ୍ଧା: ରାସ୍ତା ଉପରେ ଫୁଟିଲା ବୋମା। ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ। ଆଉ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା। ହେଲେ ସବୁଠାରୁ ରୋଚକ କଥା ଏହାକି ଯେଉଁ ବ୍ୟକ୍ତିମାନେ ବୋମା ନେଇ ଯାଉଥିଲେ, ସେହିମାନେ ହିଁ ମୃତାହତ।

ହଁ ଦୁଇଜଣ ବ୍ୟକ୍ତି ବାଇକରେ ବୋମା ନେଇ ଯାଉଥିଲେ। ହେଲେ ଗାଁ ରାସ୍ତା ଉପରେ ବୋମାଟି ଧରିଥିବା ବ୍ୟକ୍ତିର ହାତରୁ ତଳେ ଖସି ପଡିଥିଲା। ଫଳରେ ବ୍ଲାଷ୍ଟ କରିଥିଲା। ଆଉ ଘଟଣା ସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣେ ଗୁରୁତର ହୋଇଥିଲେ।

ଗୁରୁତର ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା। ତେବେ ଏହି ବୋମା ବିସ୍ଫୋରଣ ହୋଇଛି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଶଢ଼େଇଗଡ଼ ଗାଁ ରାସ୍ତାରେ। ବାଇକରେ ବୋମା ନେଇ ଯିବା ବେଳେ ଦୁର୍ଘଟଣା ଘଟିଛି।

ବାଇକ୍ ସହ ଖସିପଡିବାରୁ ବୋମାଫୁଟି ଜଣେ ମୃତ, ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ଶଢ଼େଇଗଡ଼ ଗାଁରେ ହୋଇଥିବା ସୂଚନା ମିଳିଛି।