fbpx

SpiceJet ଫ୍ଲାଇଟରେ ବମ୍ ଆତଙ୍କ: ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ସ୍କାଇସଜେଟର ଏକ ବିମାନରେ ବମ୍ ଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଏୟାରପୋର୍ଟ ଅଧିକାରୀମାନେ ବିମାନକୁ ଉଡ଼ାଣ ଭରିବାକୁ ଅନୁମତି ଦେଇ ନଥିଲେ । ଏହାପରେ ଦିଲ୍ଲୀ ପୋଲିସ ସଙ୍ଗେସଙ୍ଗେ ଆକ୍ସନ ମୋଡ଼କୁ ଆସି ଗାଇଡଲାଇନ୍ ମୁତାବକ ସୁରକ୍ଷା ଡ୍ରିଲ କରୁଛି । ବର୍ତ୍ତମାନ ସୁଦ୍ଧା ବିମାନରୁ କୌଣସି ସନ୍ଦିଗ୍ଧ ମିଳିନଥିବା ଜଣାପଡ଼ିଛି ।

ଖବର ମୁତାବକ, ଫ୍ଲାଇଟ୍ ଟେକଅଫ୍ କରିବା ଠିକ୍ ପୂର୍ବରୁ ବିମାନରେ ବମ୍ ଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ପୋଲିସ ଓ ଦିଲ୍ଲୀ ଏୟାରପୋର୍ଟର ଅଧିକାରୀମାନେ ସଙ୍ଗେସଙ୍ଗେ ଆଲର୍ଟ ହେବା ସହିତ ଚେକିଂ ଆରମ୍ଭ କରିଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧ କୌଣସି ସନ୍ଦେହଜନକ ଜିନିଷ ହସ୍ତଗତ ହୋଇନାହିଁ । ମାତ୍ର ବମ୍ ସୂଚନା ମିଳିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଚଳିତ ସପ୍ତାହରେ ମସ୍କୋରୁ ଗୋଆ ଯାଉଥିବା ଏକ ଫ୍ଲାଇଟରେ ବମ୍ ଥିବା ନେଇ ଖବର ମିଳିଥିଲା । ଏହାପରେ କିଛି ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ବିମାନକୁ ଗୁଜରାଟର ଜାମନଗର ଏୟାରପୋର୍ଟରେ ରଖାଯାଇଥିଲା । ଲଗାତର ଚେକିଂ କରାଯିବା ସହିତ ଯାତ୍ରୀଙ୍କୁ ଯାଞ୍ଚ କରାଯିବା ପରେ ବିମାନକୁ ସବୁଜ ପତାକା ଦେଖାଯାଇଥିଲା । ଏକ ଇ-ମେଲ ମାଧ୍ୟମରେ ବମର ଫର୍ଜି ତଥ୍ୟ ଶେୟାର କରାଯାଇଥିଲା । ତେବେ ଏସବୁ ଦୃଷ୍ଟିରୁ ସ୍ପାଇସଜେଟ ଫ୍ଲାଇଟରେ ବୋମା ଖବର ଖୁବ୍ ଗୁରୁତ୍ୱ ବହନ କରୁଛି ।

Get real time updates directly on you device, subscribe now.