fbpx
BJD
BJD SKY
BJD SKY

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା! ଛାନଭିନ୍ ପରେ…

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା । ଏହି ସୂଚନା ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ସିକନ୍ଦରାବାଦ୍ ନିକଟସ୍ଥ ଚର୍ଲପଲ୍ଲୀ ଷ୍ଟେସନରେ ଅଟକିଥିଲା ଏକ୍ସପ୍ରେସ ଟ୍ରେନ୍। ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାଡ ପହଂଚି ଯାଞ୍ଚ ଆରମ୍ଭ କରିଥିଲା । ଟ୍ରେନରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବୋମା ତଲାସୀ ଚାଲିଥିବା ସୂଚନା ମିଳିଥିଲା ।

ତେବେ ଗତକାଲି ଭୁବନେଶ୍ୱର ଛାଡ଼ିଥିବା କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସନ୍ଦେହ କରାଯାଇଥିଲା । ଟ୍ରେନ ଭିତରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କୁ ଓହ୍ଲାଇ ତଲାସୀ ଆରମ୍ଭ ହୋଇଥିଲା । ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ପରେ ଟ୍ରେନରୁ କୌଣସି ବୋମା ନମିଳିବାରୁ କୋଣାର୍କ ଏକ୍ସପ୍ରେସ ଗଡିବାକୁ ମିଳିଛି ସିଗନାଲ୍ ।

Get real time updates directly on you device, subscribe now.