fbpx
BSKY SKY
BSKY SKY

କୋରାପୁଟ ସବ୍ ଜେଲର ସସପେଣ୍ଡ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କାରଣରୁ ଚାକିରିରୁ ସସପେଣ୍ଡ ହୋଇଛନ୍ତି କୋରାପୁଟ ଜିଲ୍ଲା ସବ୍ ଜେଲର । କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇଥିବା ନେଇ ସବ ଜେଲର ଗଗନ ବିହାରୀ ସାହୁଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏଥିସହିତ ଶୌଚାଳୟଗୁଡ଼ିକ ବ୍ୟବହାର ଉପଯୋଗୀ ନଥିବା ଜଣାପଡ଼ିଥିଲା । ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିଶ କରାଯାଇଛି ।

ନିକଟରେ ହାଇକୋର୍ଟ ବିଚାରପତି ଅତର୍କିତ ଭାବେ କୋରାପୁଟ ଗସ୍ତ କରିବା ପରେ ଏହି ଅବ୍ୟବସ୍ଥାର ପର୍ଦ୍ଦାଫାସ ହୋଇଥିଲା । ଏହାପରେ ବିଚାରପତି ଏନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବା ପରେ ଶୁଣାଣି ହୋଇଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଉପକାରାଗାରର ଜେଲର ସାରଦା ପ୍ରସନ୍ନ ରାଉତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲା ଜଜ୍ ଅଚାନକ ଉପକାରାଗାରକୁ ଗସ୍ତ କରିବା ପରେ ଅବ୍ୟବସ୍ଥା ନେଇ ରିପୋର୍ଟ ଦେଇଥିଲେ ।

Get real time updates directly on you device, subscribe now.