fbpx

ଦିଲ୍ଲୀ ବିମାନ ବନ୍ଦରରେ ବୋମା ଗୁଜବ, ଆଇସୋଲେସରେ ଭିସ୍ତାରା ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ଏୟାରଲାଇନ୍ସ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଦିଲ୍ଲୀ ଏୟାରୋର୍ଟରେ ହଇଚୟୀ ସୃଷ୍ଟି ହୋଇଛି। ଜିଏମଆର କଲ ସେଣ୍ଟରକୁ ବିମାନରେ ବୋମା ଥିବା କଥା ଧମକ ମିଳିଥିଲା । ଏହାପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା । ବିମାନକୁ ଆଇସୋଲେସରେ ରଖାଯାଇ ଏହାର ଯାଞ୍ଚ କରାଯାଇଥିଲା।

ବିମାନର ସମ୍ପୂର୍ଣ୍ଣ ତଲାସି ନେବାରେ ଏଥିରେ କିଛି ମିଳିନଥିଲା । ଏହି ପରିଭାବରେ ମିଛ କଲ ଗୁଡିକ ଆଗରୁ ମଧ୍ୟ ଅନେକ ଥର କଲ ସେଣ୍ଟରୁ ଆସିଛି। ପୋଲିସ ବିମାନ ଯାଞ୍ଚ କଲା ରେ ମଧ୍ୟ କିଛି ମିଳିନଥିଲା । ବୋମା ସମ୍ପର୍କରେ ମିଛ ସୂଚନା ମିଳିଥିବାରୁ ଦିଲ୍ଲୀ ପୋଲିସ ଏବେ ଏକ ଏଫଆଇଆର ଦାୟର କରି ମାମଲାର ତଦନ୍ତ କରୁଛି ।

Get real time updates directly on you device, subscribe now.