fbpx

ସ୍ତ୍ରୀକୁ ପାଗଳ କହିବା ମାନସିକ ନିର୍ଯାତନା ନୁହେଁ: ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଶୁକ୍ରବାର ଦିନ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଉପରେ ଲଗାଇଥିବା ମାନସିକ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗକୁ ଖାରଜ କରିଛନ୍ତି । ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ‘ତୁମର କୌଣସି ବୁଦ୍ଧି ନାହିଁ, ତୁମେ ପାଗଳ’ ବାକ୍ୟକୁ ମାନସିକ ନିର୍ଯାତନା କୁହାଯିବନି । ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଶର୍ମିଲା ଦେଶମୁଖଙ୍କ ପୀଠ କହିଛି ଯେ, ଏପରି କହିବାକୁ ମାନସିକ ନିର୍ଯାତନା କୁହାଯିବନି । ଏହାକୁ ଗାଳିଗୁଲଜ ଶ୍ରେଣୀରେ ମଧ୍ୟ ରଖାଯିବନି । ସ୍ତ୍ରୀ ଅଦାଲତରେ କହିଥିଲା ଯେ, ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି ।

ସ୍ତ୍ରୀ ଜଣକ ଅଦାଲତରେ କହିଥିଲା ଯେ, ତାଙ୍କ ସ୍ୱାମୀ ବିଳମ୍ବିତ ରାତିରେ ଘରକୁ ଆସନ୍ତି ଏବଂ ତାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ତାଙ୍କୁ ଉଚ୍ଚ ସ୍ୱରରେ ପାଟି କରନ୍ତି । ଅଦାଲତ କହିଛି ଯେ, ସ୍ତ୍ରୀ ସେହି ପ୍ରମୁଖ ଘଟଣାର ଉଲ୍ଲେଖ କରିନାହାନ୍ତି, ଯେଉଁଥିରେ ତାଙ୍କ ସ୍ୱାମୀ ତାଙ୍କୁ ଅତ୍ୟାଚାର କରୁଥିଲେ । ଅଦାଲତରେ ଛାଡପତ୍ର ମାଗୁଥିବା ଏହି ଦମ୍ପତ୍ତିଙ୍କ ବିବାହ ୨୦୦୭ ମସିହାରେ ହୋଇଥିଲା । ହେଲେ ବିବାହର କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିଲା ।

ସ୍ୱାମୀ ଅଭିଯୋଗ ଲଗାଇଥିଲେ ଯେ, ବିବାହ ପୂର୍ବରୁ ତାଙ୍କର ଏକ ମିଳିତ ପରିବାର ବୋଲି ତାଙ୍କ ସ୍ତ୍ରୀକୁ ଜଣାଇଥିଲେ । ହେଲେ ସେ ଜାଣିବା ପରେ ମଧ୍ୟ ଏହି କଥାକୁ ନେଇ ଅଭିଯୋଗ କରିଥିଲେ । ଏବେ ସେ ଅଲଗା ରହିବାକୁ ଚାହୁଁଛନ୍ତି । ଏଥିସହ ସେ ତାଙ୍କ ବାପା-ମାଆଙ୍କୁ ସମ୍ମାନ କରୁ ନାହାନ୍ତି ।

Get real time updates directly on you device, subscribe now.