fbpx

ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନଲାଇନ ବୁକିଂ

ପୁରୀ, ୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । କିନ୍ତୁ ଏହାରି ମଧ୍ୟରେ ଆଜି ଜଗା ଦର୍ଶନ ପାଇଁ ବିଚାର ବିମର୍ଶ ଚାଲିଛି । କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନଲାଇନ ବୁକିଂ କରିବାକୁ ପଡ଼ିବ । ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା ମିଳିପାରେ ବୋଲି ସୂଚନା ମିଳିଛି । କୋଭିଡ଼ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ପ୍ରମାଣ ଦେବାକୁ ପଡ଼ିବ । ଏହାପରେ ବୁକିଂ କରିଥିବା ଶ୍ରଦ୍ଧାଳୁ ଅନଲାଇନରେ ଦର୍ଶନ କରିପାରିବେ । ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଉପଲବ୍ଧ ହେବ । ଏହାସହ ଅନଲାଇନ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି । ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.