ଏବେ ଟ୍ରେନ୍ ବୁକିଂ ଆହୁରି ସହଜ, ଏପରି ଭାବେ ମିନିଟରେ କରନ୍ତୁ ବୁକ୍

ଯେତେବେଳେ ବି ଆମକୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ପଡିଥାଏ, ସେବେ ଆମେ IRCTCର ୱେବସାଇଟ୍ / ଆପ୍ କୁ ଯାଇଥାଉ ବା ଅଫଲାଇନ୍ ଟିକେଟ୍ କରିଥାଉ । କିନ୍ତୁ ଆଉ ଏକ ଉପାୟ ଅଛି ଯେଉଁଥିରେ ଆପଣ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ । IRCTC ୱେବସାଇଟ୍, ଆପ୍ ଏବଂ ଅଫଲାଇନ୍ ବୁକିଂ ବ୍ୟତୀତ, ଏପରି ଏକ ଉପାୟ ମଧ୍ୟ ଅଛି ଯେଉଁଥିରେ ଆପଣ ଘରେ ବସି ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ । ଏହି ଉପାୟ ହେଉଛି ଇ-କମର୍ସ ୱେବସାଇଟ୍ ଆମାଜନ ।

ତେବେ ଗତ ବର୍ଷ ଆମାଜନ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ସହିତ ସହଭାଗୀ ହୋଇଥିଲା, ଯେଉଁଥିରେ ଗ୍ରାହକଙ୍କୁ ଆମାଜନ ମାଧ୍ୟମରେ ଟିକେଟ ବୁକ୍ କରିବାର ସୁବିଧା ଦିଆଯାଇଥିଲା । ଉପଭୋକ୍ତାମାନେ ଆମାଜନ ଆପ୍ ମାଧ୍ୟମରେ ଘରେ ବସି ଆରାମରେ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ।

ଏହା ବ୍ୟତୀତ ଆମାଜନ ଆପ୍ ମାଧ୍ୟମରେ ଟିକେଟ୍ ବୁକିଂରେ ଉପଭୋକ୍ତାମାନଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ, ଯାହାକି ସର୍ବାଧିକ ୧୦୦ ଟଙ୍କା ହେବ । ଏଥି ସହିତ ଯଦି ଆପଣ ପ୍ରାଇମ ମେମ୍ବର ଅଛନ୍ତି, ତେବେ ଆପଣଙ୍କୁ ଟ୍ରେନ୍ ଟିକେଟ୍ ଉପରେ ୧୨ ପ୍ରତିଶତ ରିହାତି ମିଳିବ, ଯାହା ସର୍ବାଧିକ ୧୨୦ ଟଙ୍କା ହେବ । ତେବେ ଆସନ୍ତୁ ଜାଣିବା ଆମାଜନରୁ ଟ୍ରେନ୍ ଟିକେଟ୍ କିପରି ବୁକ୍ କରିବା….

-ପ୍ରଥମେ ଆପଣଙ୍କୁ Amazon ଆପକୁ ଯିବାକୁ ପଡିବ ।
-ଏହା ପରେ ‘Amazon Pay’ ଟ୍ୟାବକୁ ଯିବେ ।
-ତା’ପରେ Book Ticketsକୁ ଯାଇ ଟ୍ରେନ୍ ଅପସନକୁ ସିଲେକ୍ଟ କରନ୍ତୁ ।
-ତା’ପରେ ଆପଣ କେଉଁଠାକୁ ଯିବାକୁ ଚାହୁଁଛନ୍ତି ତାହାର ବିବରଣୀ ଏଣ୍ଟ୍ରି କରନ୍ତୁ । ଏହା ସହ ତାରିଖ ମଧ୍ୟ ଦିଅନ୍ତୁ ।
-ଯଦି ଆପଣ ‘AC ’ ଟିକେଟ୍ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆପରେ ଦିଆଯାଇଥିବା ବକ୍ସରେ ଯାଞ୍ଚ କରିବାକୁ ପଡିବ ।

ଏହା ପରେ ଉପଭୋକ୍ତା Find Trains ଉପରେ ଟ୍ୟାପ୍ କରିବେ । ସେଠାରେ ଆପଣ ଅନେକ ଟ୍ରେନ୍ ବିକଳ୍ପ ପାଇପାରିବେ ଓ ନିଜ ହିସାବରେ ସେଗୁଡିକ ବାଛିବେ । ଏହି ଆପ୍ ଆପଣଙ୍କୁ ଟ୍ରେନର ଉପଲବ୍ଧତା ଏବଂ ମାର୍ଗ ବିଷୟରେ ସୂଚନା ଦେବ ।
-ଆପଣ ଜେନେରାଲ୍, ବରିଷ୍ଠ ନାଗରିକ କିମ୍ବା ମହିଳାଙ୍କରୁ କୌଣସି ଏକ ବର୍ଗ ବାଛିପାରିବେ ।
-ସମସ୍ତ ବିକଳ୍ପ ଚୟନ କରିବା ପରେ Proceed ଉପରେ ଟ୍ୟାପ୍ କରନ୍ତୁ ।
-ଏହା ପରେ ଆପଣଙ୍କୁ ନିଜର IRCTCରେ ଲଗଇନ୍ ପରିଚୟପତ୍ର ଦେବାକୁ ପଡିବ । ଯଦି ଆପଣଙ୍କର IRCTCରେ ଆକାଉଣ୍ଟ ନାହିଁ ତେବେ IRCTC ୱେବସାଇଟକୁ ଯାଇ ଆକାଉଣ୍ଟ ଖୋଲିପାରିବେ ।
-ଆମାଜନରେ ବି IRCTC ଆକାଉଣ୍ଟ ଖୋଲିବାର ବିକଳ୍ପ ରହିଛି ।
-IRCTCରେ ଲଗଇନ୍ କରିବା ପରେ ଆପଣ ନିଜ ପସନ୍ଦ ଅନୁଯାୟୀ ପେମେଣ୍ଟ ଅପ୍ସନ୍ ବାଛି ପେମେଣ୍ଟ କରିପାରିବେ ।