fbpx

ହାରି ଯାଉଥିବା ବାଜିକୁ ଜିତାଇଲେ ବୁମ୍ ବୁମ୍ , ଯଶପ୍ରୀତ ବୁମରା ହେଲେ ପ୍ଲେୟାର ଅପ ଦି ଟୁର୍ଣ୍ଣାମେଣ୍ଟ

Advertisement

ଓଡିଶା ଭାସ୍କର: ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ବିଜେତା ହୋଇ ସାରିଛି । ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ୭ ରନରେ ହରାଇଛି ଦକ୍ଷିଣ ଆଫ୍ରିକାକୁ । ଯଶପ୍ରୀତ ବୁମରା ଫାଇନାଲରେ ବି ଚମକିଥିଲେ । ଇଣ୍ଡିଆ ହାରୁଥିବା ବାଜିକୁ ଜିତାଇ ବିଶ୍ୱକପ ଟ୍ରଫିକୁ ଭେଟି ଦେଇଛନ୍ତି ଯଶପ୍ରୀତ । ତାହାସହ ପ୍ଲେୟାର ଅପ ଦି ଟୁର୍ଣ୍ଣାମେଣ୍ଟ ବି ହୋଇଛନ୍ତି । ଏହି ବିଶ୍ୱକପରେ ୮ ମ୍ୟାଚରେ ବୁମରା ୧୫ ଟି ୱିକେଟ ନେଇଥିଲେ ଓ ଭାରତ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଛନ୍ତି । ସେହିଭଳି ଫାଇନାଲ ମ୍ୟାଚରେ ବୁମରା ୪ ଓଭରରେ ୧୮ ରନ ଦେଇ ୨ ଟି ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକାକୁ ୧୮ ବଲରେ ମାତ୍ର ୨୨ ରନର ଆବଶ୍ୟକତା ଥିଲା । ସେହିଭଳି ସମୟରେ ବୁମରା ୧୮ ତମ ଓଭର ବୋଲିଂ କରିବାକୁ ଆସି ମାତ୍ର ୨ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ଯାହା ମ୍ୟାଚର ମୋଡ ବଦଳାଇ ଦେଇଥିଲା । ଏଠାରୁ ହିଁ ଭାରତର ଜିତିବାର ଆଶା ପ୍ରାୟ ଉଜ୍ଜୀବିତ ହୋଇ ଉଠିଥିଲା ।

ଭାରତର ବିଜୟ ପରେ ବୁମ୍ ବୁମ୍ ବୁମରା କହିଛନ୍ତି ଯେ, ସେ ସାଧାରଣତଃ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତି । ମାତ୍ର ତାଙ୍କ ପାଖରେ ଭାରତ ଜିତି ସାରିବା ପରେ କିଛି ଶବ୍ଦ ନାହିଁ କହିଛନ୍ତି ବୁମରା । ଭାରତକୁ ବିଶ୍ୱ ବିଜେତା କରାଇବାଠୁ ବଳି ଆଉ କ’ଣ ହୋଇପାରେ ବୋଲି କୋହଭରା କଣ୍ଠରେ କହିଛନ୍ତି ଭାରତର ଏହି ଷ୍ଟାର ବୋଲର ।

Get real time updates directly on you device, subscribe now.