fbpx

(video) ଅଧାରେ ରହିଗଲା ମିଳନ, ପ୍ରେମ ଦିବସରେ ଚାଲିଗଲେ ବିବାହ କରିଥିବା ପ୍ରେମୀ ଯୁଗଳ,ଦେଖନ୍ତୁ ଏହି ଦୁଃଖଦ ଘଟଣା

Advertisement

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ଗିରିସୋଲାଠାରୁ ଜଗନ୍ନାଥପୁର ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହା ଭିତରେ ଗତ କାଲି ଦୁର୍ଘଟଣା ଘଟି ନବଦମ୍ପତିଙ୍କ ମୃତ୍ୟୁ ହୋଇଛି।ତେବେ ମୃତକ ଦ୍ବୟ ହେଲେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳର ଜି. ବେଣୁ ଓ ତାଙ୍କ ସ୍ତ୍ରୀ ସିଏଚ. ପ୍ରବଣିକା । ଏମାନଙ୍କ ବିବାହକୁ ଏବେ ମାତ୍ର ଚାରିଦିନ ହୋଇଥିଲା। ବିବାହ ପରେ ବେଣୁ ପ୍ରବଣିକାଙ୍କୁ ନେଇ ପ୍ରଥମ କରି ସୋମବାର ସନ୍ଧ୍ୟାରେ ବାଇକ୍ ଯୋଗେ ଶଶୁର ଘରକୁ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଉଭୟଙ୍କ ଜୀବନ ଚାଲି ଯାଇଛି।

ସୂଚନାନୁସାରେ ବ୍ରହ୍ମପୁର ଅଞ୍ଚଳର ପ୍ରବଣିକାଙ୍କ ସହ ଇଚ୍ଛାପୁର ଅଞ୍ଚଳର ବେଣୁଙ୍କର ଗତ ୧୦ ତାରିଖ ବିବାହ ହୋଇଥିଲା। ପରମ୍ପରା ଅନୁସାରେ ବିବାହର ଚତୁର୍ଥ ଦିନ ଝିଅକ୍ସାଇଁ ବ୍ରହ୍ମପୁରସ୍ଥିତ ପ୍ରବଣିକାଙ୍କ ମା’ଙ୍କ ଘରକୁ ଆସୁଥିଲେ। ତେବେ ଗୋଳନ୍ଥରା ଥାନା ନିକଟ ଏକ ବୁଲାଣିରେ ବେଣୁଙ୍କ ଗାଡ଼ି ସହ ଏକ ଟ୍ରାକ୍ଟର ଧକ୍କା ହୋଇଥିଲା ।। ୪ ଦିନ ପୂର୍ବେ ବିବାହ ହୋଇଥିଲା ଫଳରେ ଉଭୟ ରାସ୍ତାକଡ଼ରେ ଛିଟିକି ପଡ଼ିଗୁରୁତର ଆହତ ହୋଇଥିଲେ।

ବେଣୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକ ଜବତ କରିଛି। ଖବରଲେଖାହେବା ସୁଦ୍ଧା ଥାନାରେ କୌଣସି ମାମଲା ହୋଇନାହିଁ ।

Get real time updates directly on you device, subscribe now.