CHARIDHAM

ମ୍ୟାଚ୍ ଖେଳୁଥିବା ସମୟରେ ପଡ଼ିଆରେ ବୋଲରଙ୍କ ମୃତ୍ୟୁ, କ୍ରିକେଟ୍ ଜଗତରେ ଶୋକର ଛାୟା!

ବୋଲିଂ କରୁଥିବା ସମୟରେ ଚେତାଶୂନ୍ୟ ହୋଇଗଲେ ଖେଳିଳି।

ହରିୟାଣା: କ୍ରିକେଟ୍ ଜଗତ ପାଇଁ ଦୁଃଖଦ ଖବର। ମ୍ୟାଚ୍ ଖେଳୁ ଖେଳୁ ପଡିଆରେ ଚାଲିଗଲା କ୍ରିକେଟରଙ୍କ ଜୀବନ। ହଠାତ୍ ବୋଲିଂ କରିବା ସମୟରେ ଅଚେତ୍ ହୋଇଗଲେ ବୋଲର ଆଉ ପରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।

ହଁ ଆଜ୍ଞା ହଠାତ୍ ଏହି ୫୦ ବର୍ଷୀୟ ବୋଲର ପଡିଆରେ ବୋଲିଂ କରୁଥିବା ସମୟରେ ଅଚେତ୍ ହୋଇ ପଡିଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ।

ପଡିଆରେ କ୍ରିକେଟରଙ୍କ ମୃତ୍ୟୁ: ତେବେ ହରିୟାଣାର ରୋହତକ ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।

ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆଉ ସେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ସେ ପଡିଆରେ କ୍ରିକେଟ୍ ମ୍ୟାଚରେ ବୋଲିଂ କରୁଥିଲେ, ହେଲେ ଏହି ସମୟରେ ୫୦ ବର୍ଷୀୟ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛି।

ସେ ପଡିଆରେ ବୋଲିଂ କରୁଥିବା ସମୟରେ ଅଚେତ୍ ହୋଇଯାଇଥିଲେ।  ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା ଏବଂ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।

ପରିବାରରେ ଶୋକର ଲହରୀ: ରିପୋର୍ଟ ଅନୁଯାୟୀ ମୃତ କ୍ରିକେଟର ସୁଭାଷ ନଗରର ବାସିନ୍ଦା ସନ୍ଦୀପ ସିକ୍କା, ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ପ୍ରାୟତଃ ପ୍ରତି ରବିବାର ତାଙ୍କ ସାଙ୍ଗମାନଙ୍କ ସହ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଉଥିଲେ।

ସେଦିନ ବି ରବିବାର ସନ୍ଧ୍ୟାରେ ସେ ଜିନ୍ଦ ରୋଡର ଏମଏସ ସରସ୍ୱତୀ ସ୍କୁଲ ପଡ଼ିଆରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୫.୪୫ ସମୟରେ ତାଙ୍କ ଓଭରର ତୃତୀୟ ବଲ ପକାଇବା ପରେ ସେ ହଠାତ୍ ବେହୋସ ହୋଇଗଲେ।

ତାଙ୍କ ସାଥୀ ଖେଳାଳିମାନେ ତୁରନ୍ତ CPR ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ କାର ଯୋଗେ ସନସିଟି ସେକ୍ଟର ୩୫ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ତାଙ୍କ ବନ୍ଧୁମାନେ ତାଙ୍କ ପରିବାରକୁ ଖବର ଦେଇଥିଲେ। ଘଟଣା ବିଷୟରେ ଜାଣିବା ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି।