ରିଜେକ୍ଟ ପସନ୍ଦ ନୁହେଁ, ଘରେ ପଶି ପ୍ରେମିକାର ମା’,ବାପାକୁ ଟିକି ଟିକି କରି ହାଣିଲା ପ୍ରେମିକ
ବିବାହ ପାଇଁ ରାଜି ନଥିଲେ ବାପା,ମା’
ଝାରଖଣ୍ଡ: ପ୍ରେମିକକୁ ପସନ୍ଦ ନଥିଲା ନାଁ। ପ୍ରେମିକାର ପରିବାର ଲୋକ ପ୍ରସ୍ତାବରେ ରାଜି ନହେବାରୁ ଘରେ ପଶି ମା’ ବାପାଙ୍କୁ ଟିକି ଟିକି କରି କାଟିଦେଲା।
ଝାରଖଣ୍ଡ ଦୁମକାରେ ପ୍ରେମିକର ଅଜବ କାଣ୍ଡ। ପ୍ରେମିକାର ଘରେ ପଶି ପରିବାର ଲୋକଙ୍କ କରିଛି ହତ୍ୟା। ପ୍ରେମିକାର ମା’ ବାପାଙ୍କୁ ଟିକି ଟିକି କରି କାଟି ହତ୍ୟା କରିଛି ପ୍ରେମିକ।
ଏତିକିରେ ପ୍ରେମିକର ମନ ଶାନ୍ତି ହୋଇନଥିଲା ପ୍ରେମିକର ଭଉଣୀକୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲା ପ୍ରେମିକ। ହେଲେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି ପ୍ରେମିକା ଓ ତାଙ୍କ ଭଉଣୀ।
ସୋମବାର ପାକୁଡ଼ରେ ରହୁଥିବା ପ୍ରେମିକ ଲୋକେଶ ମୁର୍ମୁ ପ୍ରଥମେ ପ୍ରେମିକା ହୀରାମୁନିଙ୍କ ଘରେ ଜୋସ୍ୱରଦସ୍ତ ପଶିଥିଲା। ଧାରୁଆ ଅସ୍ତ୍ର ଧରି ବର୍ଷାରେ ଘରେ ପଶିଥିଲା ପ୍ରେମିକ।
ଘରେ ଶୋଇଥିବା ପ୍ରେମିକାଙ୍କ ମା’, ବାପାଙ୍କୁ ହତ୍ୟା କରିଥିଲା ଧାରୁଆ ଅସ୍ତ୍ରରେ ହଣି ହତ୍ୟା କରିଥିଲା ପ୍ରେମିକ। ପରେ ପ୍ରେମିକା ଏବଂ ତାଙ୍କ ଭଉଣୀଙ୍କୁ ଆକ୍ରମଣ କରିଥିଲା ପ୍ରେମିକ। ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି ହେଲେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି।
ଦୁଇ ଭଉଣୀଙ୍କ ଚାଲିଛି ଚିକିତ୍ସା
ଅଧରାତିରେ ଦୁଇ ଭଉଣୀ ଚିତ୍କାର ଶୁଣି ଗାଁଲୋକ ଏକାଠି ହୋଇଥିଲେ। ଦୁଇ ଭଉଣୀ ଘଟଣା ସ୍ଥଳରୁ ଦୌଡ଼ି ପଳାଇବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତିି କରିଥିଲେ।ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସାନ ଭଉଣୀ ଗୁରୁତର ଥିବା ସୂଚନା ରହିଛି।
ବିବାହ ପାଇଁ ରାଜି ନଥିଲେ ବାପା,ମା’
ଡବଲ ମର୍ଡର ଘଟଣାରେ ମିଳିଥିବା ସୂଚନା ଅନୁଯାୟୀ ମୃତକ ସାହେବ ହେବ୍ରମ୍ଙ୍କ ବଡ଼ ଝିଅ ସହ ଲୋକେଶ ମୁର୍ମୁର ପ୍ରେମ ସମ୍ପର୍କ ଥିଲା।
ପ୍ରେମିକ ଲୋକେଶ ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିଲା। ହେଲେ ପ୍ରେମିକାର ମା’,ବାପା ଏହି ବିବାହ ପ୍ରସ୍ତାବରେ ରାଜି ହୋଇନଥିଲେ। ମା’ ବାପାଙ୍କ ବାରଣ ପାଇଁ ପ୍ରେମିକା ପ୍ରେମିକ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲା।
ଏହି କଥାରେ ରାଗିଯାଇ ଏଭଳି କାଣ୍ଡ ରଚିଥିଲା ପ୍ରେମିକ। ହତ୍ୟା ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଫେରାର ପ୍ରେମିକକୁ ଖୋଜୁଛି ପୋଲିସ।