ଠକ ପ୍ରେମିକ ଗର୍ଭବତୀ ପ୍ରେମିକାକୁ ଛାତରୁ ଡେଇଁବାକୁ କଲା ବାଧ୍ୟ, ବାହାହେବ କହି କରୁଥିଲା …
ପ୍ରେମିକା ଗର୍ଭରେ ବଢ଼ୁଥିଲା ଦଗାବାଜ୍ ପ୍ରେମିକର ସନ୍ତକ । ତଥାପି ପ୍ରେମିକାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ଧୋକେବାଜ୍ ।
ସୁରତ: ପ୍ରେମରେ ପ୍ରତାରଣା ପାଇବା ଘଟଣା ବଢ଼ିଚାଲିଛି । ଆଜିକାଲି ପ୍ରେମରେ ଧୋକା ଜିନିଷଟା ବାଧ୍ୟତାମୂଳକ ହୋଇପଡ଼ିଛି । ବହୁତଗୁଡ଼ିଏ ଘଟଣା ଘଟୁଛି, ଯେଉଁଠି ପ୍ରେମିକ ପ୍ରେମିକାକୁ ଧୋକା ଦେଲାଣିତ ଆଉ କେଉଁଠି ପ୍ରେମିକା ପ୍ରେମିକକୁ ।
ଏମିତି ଏକ ଘଟଣା ସୁରତରୁ ସାମ୍ନାକୁ ଆସିଛି । ଗୋହିଲ ନାମକ ଯୁବକକୁ ଏବେ ପୋଲିସ ଖୋଜୁଛି । କାରଣ ତା’ ନାଁରେ ଏବେ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ।
ମାତ୍ର ଗୋଟିଏ ବର୍ଷର ପ୍ରେମ, ଆଉ ବଳି ପଡ଼ିଗଲା ପ୍ରେମିକା । ସୁରତରେ ଗୋହିଲ ସିଲେଇ କାମ କରୁଥିଲା । ୧୭ ବର୍ଷୀୟା ଯୁବତୀଙ୍କୁ ଭଲ ପାଇବସିଲା । ଗୋହିଲ ଯୁବତୀଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଲା । ଏହାପରେ ସେମାନେ ପରସ୍ପରର ଅଧିକ ନିକଟତର ହେବାରେ ଲାଗିଲେ ।
sex ପାଇଁ କରୁଥିଲା ପ୍ରେମ : ଦିନେ ଯୁବତୀଜଣକ ଜାଣିବାକୁ ପାଇଲେ, ଯେ ଗୋହିଲ ଅନ୍ୟ ଏକ ଯୁବତୀଙ୍କ ସହ ନିର୍ବନ୍ଧ କରିସାରିଛନ୍ତି । ଯାହାପରେ ଦୁହିଁଙ୍କ ଭିତରେ କଳିଝଗଡ଼ା ହୋଇଥିଲା । ଗତ ଶୁକ୍ରବାର ଗୋହିଲ ପ୍ରେମିକାଙ୍କ ଘରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କଲେ ।
ଦୁହିଁଙ୍କ ଭିତରେ କଳିଗୋଳ ବଢ଼ିବା ପରେ ସେଠାରେ ଥିବା ଏକ ବିଲ୍ଡିଂକୁ ସେମାନେ ଯାଇ ପୁଣି କଥା ହେଲେ । ୧ ଘଣ୍ଟା ସେଠାରେ ରହିବା ପରେ ପ୍ରେମିକା ଛାତରୁ ପଡ଼ି ମରିଥିଲେ । କିନ୍ତୁ, ସେଠାରୁ ଫେରାର୍ ହୋଇଯାଇଥିଲେ ପ୍ରେମିକ ।
ପୋଲିସ ସୂଚନା ମୁତାବକ ଗୋହିଲ ଓ ତାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ । ପରସ୍ପରର ହାତଧରି ଛାତରୁ ଡେଇଁଲାବେଳକୁ ଗୋହିଲ ହାତ ଛାଡ଼ି ଦେଇଥିଲେ । କିନ୍ତୁ ଯୁବତୀଜଣକ ଛାତରୁ ତଳେ ଖସି ପଡ଼ିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ପୀଡ଼ିତା ଦେଢ଼ମାସର ଗର୍ଭବତତୀ ଥିଲେ । ଗୋହିଲ ଏବେ ଫେରାର୍ ଥିବାବେଳେ ପୋଲିସ ତାଙ୍କୁ ଖୋଜୁଛି ।