ରିଲ୍ ନୁହେଁ ରିୟଲ କବିର ସିଂ… ପ୍ରେମିକାଙ୍କୁ ସୁଟକେସରେ ଆଣୁଥିଲେ, ପଡ଼ିଲେ ଧରା
ପ୍ରେମିକ ସୁଟକେସରେ ଭିତରେ ପ୍ରେମିକାଙ୍କୁ ବଏଜ୍ ହଷ୍ଟେଲ ଆଣୁଥିଲେ,ପଡ଼ିଲେ ଧରା
ହରିୟାଣା: ପ୍ରେମରେ କେବେ କେବେଳ ଲୋକେ ଏଭଳି ଭୁଲ କରି ବସନ୍ତି ଯାହା ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ସୋନିପତରେ। ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ବଏଜ୍ ହଷ୍ଟେଲକୁ ଆଣିବାକୁ ଚାହୁଁଥିଲେ।
ପ୍ରେମିକ ଏହା କରିବାକୁ ଏମିତି ଚିନ୍ତା କରିଥିଲେ ଯାହାକୁ କେହି ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ସେ ତାଙ୍କୁ ପ୍ଲାନରେ ସଫଳ ମଧ୍ୟ ହୋଇଯାଇଥାନ୍ତେ କିନ୍ତୁ ଏକ ଭୁଲ ପାଇଁ ସେ ଧରାପଡ଼ିଯାଇଥିଲେ।
ସୂଚନା ଅନୁସାରେ ଯେତେବେଳେ ପ୍ରେମିକ ସୁଟକେସରେ ଭିତରେ ପ୍ରେମିକାଙ୍କୁ ବଏଜ୍ ହଷ୍ଟେଲ ଆଣୁଥିଲେ, ସେତେବେଳେ ପ୍ରେମିକାଙ୍କ ସୁଟକେସ ଭିତରୁ ଚିତ୍କାର ଶୁଭିଥିଲା।
ହଷ୍ଟେଲ ଗାଡର୍ସ ଯେତେବେଳେ ଝିଅର ଚିତ୍କାର ଶୁଣିଥିଲେ ସେ ତୁରନ୍ତ ପୁଅ ପାଖକୁ ଯାଇଥିଲେ। ସେମାନେ ଯେତେବେଳେ ସୁଟକେସ ଖୋଲିଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୁଟକେସ ଭିତରୁ ଏକ ଝିଅ ବାହାରିଥିଲା। ଏହାକୁ ଦେଖିବାକୁ ହଷ୍ଟେଲର ଅନେକ ଛାତ୍ର ମଧ୍ୟ ସେହି ସ୍ଥାନରେ ଆସି ରୁଣ୍ଡ ହୋଇଥିଲେ। ସମସ୍ତେ ଏହାର ଭିଡିଓ ତିଆରି କରିବାରେ ଲାଗିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କିଛି ଗାଡର୍ସ ମିଶି ସୁଟକେସକୁ ଖୋଲୁଛନ୍ତି। ସେଠାରେ ଥିବା ଅନ୍ୟ ଛାତ୍ର ମଧ୍ୟ ଘଟଣାର ଭିଡିଓ କରୁଥିବା ଦେଖିବାକୁ ମିିଳିଛି।
ସୁଟକେସରୁ ଝିଅ ବାହାରିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ସୋନିପଥର ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲର।
A boy tried sneaking his girlfriend into a boy's hostel in a suitcase.
Gets caught.
Location: OP Jindal University pic.twitter.com/Iyo6UPopfg
— Squint Neon (@TheSquind) April 12, 2025