fbpx

ବାଳକର ନାଁ ABCDEF GHIJK Zuzu, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିଜ ପୁଅର ନାମ ଢ ସ୍ପ ଇ-୧୨ ଗଙ୍କଗ୍ଦଳ ରଖିଥିଲେ । ଏହା ଏକ ବିଶେଷ ନାମ ଥିଲା । କାରଣ ଏହା ପୂର୍ବରୁ ଏପରି ନାଁ କେହି ବି ରଖିନଥିଲେ । ହେଲେ ଏବେ ଇଣ୍ଡୋନେସିଆର ଗୋଟିଏ ବାଳକର ନାମ ଏଲନ୍ ମସ୍କଙ୍କ ପୁଅ ପରି ଖୁବ୍ ୟୁନିକ୍ । ତାଙ୍କ ନାମ ହେଉଛି ବାଳକର ନାଁ ABCDEF GHIJK Zuzu ।

ଇଣ୍ଡୋନେସିଆରେ ରହୁଥିବା ଏହି ବାଳକ ନିଜ ନାଁ କାରଣରୁ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ନିଜ ନାଁ ଆଧାରରେ ସେ ଏବେ ଫେମସ୍ ହେବାରେ ଲାଗିଛି । ତେବେ ABCDEF GHIJK Zuzu ନାଁ ଥିବା ଏହି ବାଳକର ନାଁ ସେତେବେଳେ ବାହାରକୁ ଆସିଲା ଯେତେବେଳେ ସ୍ଥାନୀୟ ପୋଲିସ୍ ଟିକାକରଣ ପାଇଁ ଅଭିଯାନ ଚଳାଇଥିଲେ । ଆଉ ଏହି ଟିକାକରଣରେ ଉକ୍ତ ବାଳକ ମଧ୍ୟ ସାମିଲ ଥିଲା ।

ତେବେ ଏହି ABCDEF GHIJK Zuzu ନାମଧାରୀ ବାଳକର ବୟସ ୧୨ ବର୍ଷ । ଟିକାକରଣ ସମୟରେ ଉକ୍ତ ବାଳକର ନାଁ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏହି ସମୟରେ ଜଣେ ପୋଲିସ୍ ଏକ ଭିଡିଓ ରେକର୍ଡ କରିଥିଲେ । ତେବେ ପ୍ରଥମେ ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଲାଗିଥିଲା ଯେ, ପିଲାଟି ମଜାକ୍ କରୁଛି । ହେଲେ ହସ୍ପିଟାଲ ଆଇଡି କାର୍ଡ ଯାଞ୍ଚ କରିବା ପରେ ବିଶ୍ୱାସ ହୋଇଥିଲା ଯେ, ଏହି ନାମ ଟି ଅସଲି ।

ତେବେ ବାଳକର ବାପାଙ୍କ କହିବା କଥା ଯେ, ପୁଅ ଜନ୍ମ ହେବାର ୬ ବର୍ଷ ପୂର୍ବରୁ ହିଁ ନିଷ୍ପତ୍ତି ନେଇଥିଲେ ଯେ, ସେ ନିଜ ପୁଅର ଗୋଟିଏ ୟୁନିକ୍ ନାମ ରଖିବେ । ଅସଲରେ ତାଙ୍କୁ ପଜଲ୍ସ ଖୁବ୍ ପସନ୍ଦ ଥିଲା । ତେଣୁ ସେ ନିଜ ପୁଅର ନାମ ଏଭଳି ରଖିଛନ୍ତି ବୋଲି କହିଛନ୍ତି । ଏମିତିରେ ବି ଉକ୍ତ ବାଳକକୁ ଏଡେଫ୍ ନାମରେ ସମ୍ବୋଧନ କରାଯାଏ ।

Get real time updates directly on you device, subscribe now.