fbpx
BSKY
BJD YOUTH SKY
BJD MS SKY

ଗାଧୋଇବା ସମୟରେ ନାକ ଦେଇ ଶରୀରରେ ପଶୁଛି ଏକ ଭୟଙ୍କର ଆମିବା: ପରେ ତାହା ବ୍ରେନକୁ ଖାଇ ନଷ୍ଟ କରିଦେଉଛି, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଆପଣ କେବେ ନଦୀ, ନାଳ, ପୋଖରୀରେ ମୁଣ୍ଡ ବୁଡ଼ାଇ ଗାଧୋଇଛନ୍ତି? ଆପଣମାନେ ହୁଏତ ଏକଥା ଜାଣିନଥିବେ ଗାଧୋଇବା ସମୟରେ ଆପଣଙ୍କ ନାକ ମଧ୍ୟ ଦେଇ ଏକ ଭୟଙ୍କର ଆମିବା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ସେହି ଆମିବା ପରବର୍ତ୍ତୀ ସମୟରେ ଆମର ବ୍ରେନକୁ ଖାଇ ନଷ୍ଟ କରିଦେଇଥାଏ । ତେଣୁ ଆପଣମାନେ ଗାଧୋଇବା ସମୟରେ ନାକ ବନ୍ଦ କରି ଗାଧୋଇବା ଆବଶ୍ୟକ ।

ସାଧାରଣ ଭାବେ ଛୋଟ ପିଲାମାନେ ସାଙ୍ଗସାଥୀ ମେଳରେ ପୋଖରୀରୁ ଡେଇଁ, ମୁଣ୍ଡ ବୁଡ଼ାଇ ଗାଧୋଇଥାନ୍ତି । ତେବେ ଏହା ସେମାନଙ୍କ ପାଇଁ ବିପଦ ଆଣିପାରେ । ଗତ ବର୍ଷ ଏପରି ଭାବେ ଦୁଇଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି । ଜଣେ ଉତ୍ତର କାଲିଫର୍ଣ୍ଣିଆର ଓ ଆଉ ଜଣେ ଉତ୍ତର କାରୋଲିନାର । ଦୁଇଜଣ ଯାକ ସମାନ ଘଟଣାରେ ମୃତ୍ୟୁବରଣ କରିଥିଲେ ।

ତେବେ ନିକଟରେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ପୂର୍ବ ନେବ୍ରାସ୍କାର ଏଲଖୋର୍ଣ୍ଣ ନଦୀରେ ପହଁରିବା ପରେ ଗୋଟିଏ ଶିଶୁ ମୃତ୍ୟୁବରଣ କରିଛି । ପିଲାଟିର ମୃତ୍ୟୁ ବ୍ରେନ ଭକ୍ଷୀ ଆମିବା କାରଣରୁ ହୋଇଥିବା କୁହାଯାଉଛି । ତେବେ ଏହି ଆମିବା ଗୋଟିଏ ମଣିଷ ସହ ଅନ୍ୟ ମଣିଷ ସଂସ୍ପର୍ଶରେ ଆସିଲେ ବିସ୍ତାର ଲାଭ କରେ ନାହିଁ । ଥରେ ଏହା ମଣିଷର ବ୍ରେନରେ ପ୍ରବେଶ କରିବା ପରେ ତାହା ସମଗ୍ର ଅଙ୍ଗକୁ ମାଡ଼ିଯାଏ । ତାହା ସେଲ ଉପରେ ପ୍ରଭାବ ପକାଇବା ସହ ଟିସୁକୁ ମାରିଦେଇଥାଏ ।

ଏହି ଆମିବା ଖପୁରୀରେ ଚାପ ସୃଷ୍ଟି କରିବା ସହ ମଣିଷକୁ କୋମାକୁ ନେଇଯାଏ ଓ ପରେ ଜଣଙ୍କର ମୃତ୍ୟୁ ଘଟିଥାଏ । ଏହି ଆମିବା ଦ୍ୱାରା ସଂକ୍ରମିତ ହେବାର ୧୨ ଦିନ ପରେ ଲକ୍ଷଣ ଦେଖାଯାଏ । ପ୍ରାଥମିକ ଭାବେ ମଣିଷର ଦୁଇ ଆଖି ମଝି ଅଂଶରେ ମୁଣ୍ଡବ୍ୟଥା ହୋଇଥାଏ । ତେବେ ଏହି ସଂକ୍ରମଣ ବିରଳ ହୋଇଥିଲେ ହେଁ ଏନେଇ ଅଧିକ କ୍ଲିନିକାଲ ତଥ୍ୟ ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.