fbpx

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା, ଝାଡ଼ଖଣ୍ଡ ଛାଡ଼ିଲା ବନ୍ୟା ଜଳ 

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ଧିରେ ଧିରେ ରାଜ୍ୟରେ ବନ୍ୟା ପରସ୍ଥିତି ସୁଧୁରିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଏବେ ଅନେକ ଗାଁ ଜଳମଗ୍ନ ହୋଇ ରହିଛନ୍ତି । ଅନେକ ଲୋକ ଭୋକଉପାସରେ ରହିଛନ୍ତି । ତେବେ ଏହାରି ମଧ୍ୟରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା ପରେ ଲୋକଙ୍କ ମନରେ ଛନକା ।

ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏସଆରସି (SRC) ଟ୍ୱିଟ୍ କରି କହିଛନ୍ତି ଯେ ରାତି ୮ ଟାରେ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜର ୧୪ ଟି ଗେଟ୍ ଖୋଲିଛି ଫଳରେ ସାଢ଼େ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ତେଣୁ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଏସଆରସି କହିଛନ୍ତି ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହାସହ ୨ ଅତିରିକ୍ତ ଏନଡିଆରଏଫ୍, ୨ ଓଡ୍ରାଫ୍, ୮ଟି ଅଗ୍ନିଶମ ଟିମ୍ ବାଲେଶ୍ୱର ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସଆରସି ।

 

Get real time updates directly on you device, subscribe now.