fbpx

ବ୍ରଜରାଜନଗର ଉପନିର୍ବାଚନ ମତଦାନ ସରିଲା, ଆସନ୍ତା ଜୁନ୍ ୩ରେ ୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସକାଳ ୭ଟାରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ଭୋଟ । ତେବେ ଆଜି ମତଦାନ ସମୟରେ ଜନସାଧାରଣ ଶାନ୍ତି ବଜାୟ ରଖିଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ମୋଟ ୬୯ ପ୍ରତିଶତ ମତଦାନ ହୋଇଛି । ୧୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଏବେ ଇଭିଏମ୍ ବାକ୍ସରେ ସିଲ ହୋଇଥିବା ବେଳେ ଆସନ୍ତା ମାସ ୩ ତାରିଖରେ ଏହାର ଫଳାଫଳ ଆସିବ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏକ ହଜାରରୁ ଅଧିକ ପୋଲିଂ ଅଫିସର ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ଏଥିସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୧ ହଜାର ପୋଲିସ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋସ ନିୟୋଜିତ ହୋଇଥିଲେ । ତେବେ ଲଖନପୁର ବ୍ଲକର କିଛି ଭୋଟର ମତଦାନରୁ ବିରତ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ କରାଇଥିଲେ ନିର୍ବାଚନ ଆୟୋଗ । ଏଥିପାଇଁ ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହୋଇ ୧୨ ତାରିଖରେ ଯାଞ୍ଚ ହୋଇଥିଲା । ଚଳିତ ଉପନିର୍ବାଚନରେ ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ନିର୍ବାଚନ ଲଢ଼ୁଛନ୍ତି ।

Get real time updates directly on you device, subscribe now.