ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକାଦଶ ରାଉଣ୍ଡ ରେଜଲ୍ଟ । ଏକାଦଶ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ ଅଛନ୍ତି । ଦ୍ୱିତୀୟରେ କଂଗ୍ରେସ ଥିବାବେଳେ ପଛରେ ପଡିଯାଇଛି ବିଜେପି । ଏକାଦଶ ରାଉଣ୍ଡ ଶେଷରେ କଂଗ୍ରେସଠୁ ୧୫୭୫ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି BJDର ଅଳକା ମହାନ୍ତି । ଏକାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୧୮୧ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୬୦୬ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୦୦୬ ଖଣ୍ଡ ଭୋଟ ମିଳିଛି ।
ସମୁଦାୟ ଏକାଦଶ ରାଉଣ୍ଡ ସୁଦ୍ଧା ୩୮,୩୮୯ ଖଣ୍ଡ ଭୋଟରେ ଆଗୁଆ ଅଛି ବିଜେଡି । ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୫୨,୬୦୯ ଭୋଟ୍ ମିଳିଛି । ଦ୍ବିତୀୟରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୪,୨୨୦ ଭୋଟ୍ ମିଳିଛି । ଅନ୍ୟପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୧୨,୪୦୩ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି ।
ତେବେ ଭୋଟଗଣତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଭିଏମରେ ସିଲ୍ ହୋଇ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ୨୭୯ ବୁଥରେ ଥିବାରୁ ୨୦ ରାଉଣ୍ଡରେ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ଭୋଟ ଗଣତି ପାଇଁ ତ୍ରିିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଭିତରେ କିଏ ବାଜି ମାରିବ, ତାହା ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି । ଦ୍ୱିତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି ବିଜେଡି ।
ସୂଚନାଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନରେ ୭୧.୫୩% ମତଦାନ ହୋଇଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପ ନିର୍ବାଚନରେ ଭୋଟ ହାର ହ୍ରାସ ପାଇଛି । ଚଳିତ ନିର୍ବାଚନରେ ମୋଟ୍ ୧.୫୩ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲଙ୍କ ସମେତ ମୋଟ୍ ୧୧ଜଣ ପ୍ରାର୍ଥୀ ଏହି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।