ଭୁବନେଶ୍ୱର– କମିଲା ଚାଷୀଙ୍କ ନାମ ପଞ୍ଜିକରଣ । ଗତ ବର୍ଷ ତୁଳନାରେ କମ ଚାଷୀ କରିଛନ୍ତି ପଞ୍ଜିକରଣ । ୨୨ ହଜାର କମ ଚାଷୀ ଚଳିତ ବର୍ଷ କରିଛନ୍ତି ନାମ ପଞ୍ଜିକରଣ । ୨୦୨୩-୨୪ ବର୍ଷରେ ୧୭ଲକ୍ଷ ୭୨ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ୧୭ଲକ୍ଷ ୪୯ ହଜାର ପଞ୍ଜିକରଣ କରିଛନ୍ତି । ଅର୍ଥାତ୍ ୨୨ ହଜାର ଚାଷୀ ନିଜର ନାମ ପଞ୍ଜିକରଣ କରିନାହାନ୍ତି ।
ଦୀର୍ଷ ବର୍ଷ ଧରି ଚାଷୀ ଧାନ ଉପରେ ବୋନସ ପାଇଁ ଦାବି କରିଆସୁଥିଲେ । ବିଜେପି ସରକାର ଆସିବା ପରେ ଦାନ ଉପରେ ବୋନସ ଘୋଷଣା କରାଯାଇଛି । ଧାନରେ ବୋନସ ଘୋଷଣା ସତ୍ତେ୍ୱ କମ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ଏହା ପଛରେ କି କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବୋନସ ଚାଷୀଙ୍କୁ ଆକୃଷ୍ଟ କରିପାରି ନାହିଁ ନା ରାଜ୍ୟରେ ଚାଷ ପ୍ରତି ଚାଷୀଙ୍କ ଭିତରେ ଦେଖାଦେଲାଣି ବୈରାଗ୍ୟ, ଏହା ଏବେ ବଡ ପ୍ରସଙ୍ଗ ହୋଇଛି